ପୁଣି ଆରମ୍ଭ ହେବ କୋଭିଡ ହସପିଟାଲ, ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି

ଫୁଲବାଣୀ(କେ.ନ୍ୟୁଜ): ଫୁଲବାଣୀରେ ପୁଣି ଆରମ୍ଭ ହେବ କୋଭିଡ ହସପିଟାଲ। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଜିଲ୍ଲା ପ୍ରଶାସନ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପରିସରରେ କୋଭିଡ ହସପିଟାଲ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଏଣୁ ହସ୍ପିଟାଲ ଖୋଲିବା ପୂର୍ବରୁ କନ୍ଧମାଳ ଜିଲ୍ଲାପାଳ କୋଭିଡ ହସପିଟାଲ ବୁଲି ଦେଖିଛନ୍ତି। ଏହାର ପରିଚାଳନା ଦାୟିତ୍ୱ KIMS କୁ ଦିଆଯାଇଛି । ଏଥିରେ ୧୦ଟିି ICU ଓ ୧୫୦ଟିି ବେଡ ରହିବ । ଏହାଛଡା ଜିଲ୍ଲାର ୧୨ଟି ବ୍ଲକରେ ୩୮ଟି କ୍ଲଷ୍ଟର TMC ରହିବ ଓ ସେଥିରେ ୨ହଜାର ୩୫୧ଟି ବେଡ ପଡିବ । ଏହାସହ ୭ଟି ସ୍ଥାନରେ କୋଭିଡ କେୟାର ସେଣ୍ଟର କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.