ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ(କେ.ନ୍ୟୁଜ): ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି। ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀ ହନୁମାନଙ୍କୁ ରତ୍ନସିଂହାସନକୁ ଅଣାଯାଇ ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ଆଜ୍ଞାମାଳ ପ୍ରଦାନ କରାଯିବ। ପରେ ବିମାନରେ ଶ୍ରୀ ହନୁମାନ ଶ୍ରୀମନ୍ଦିରର ପୂର୍ବ ଦ୍ୱାରରେ ଥିବା ହନୁମାନଙ୍କ ନିକଟକୁ ନିଆଯାଇ ପୂଜାର୍ଚ୍ଚନା କରାଯିବ। ପରେ ଜଗନ୍ନାଥ ବଲ୍ଲଭ ମଠ ଓ ଦରିଆ ମହାବୀରଙ୍କ ନିକଟକୁ ନିଆଯିବ। ସେପଟେ ଶ୍ରୀକ୍ଷେତ୍ରର ଜାଗା ଆଖଡାରେ ପରମ୍ପପରାକୁ ରକ୍ଷା ପାଇଁ ମହାବୀରଙ୍କ ପୂଜାର୍ଚ୍ଚନା, ପଣା ଓ ଛତୁଆ ଭୋଗ କରାଯାଏ। ଆଜିଠାରୁ ମଧ୍ୟ ନୂତନ ପଞ୍ଜିକା ପ୍ରଚଳନ ଆରମ୍ଭ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.