ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି, ବାଣ ପାଇଁ ବାଲେଶ୍ୱର ବଜାରରେ ଗ୍ରାହକଙ୍କ ଭିଡ

ବାଲେଶ୍ୱର(କେନ୍ଯୁଜ୍) : ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି । ଏହି ପର୍ବକୁ ଧୂମଧାମରେ ପାଳନ କରିବାକୁ ସମସ୍ତେ ଅପେକ୍ଷା କରିଥାନ୍ତି । ଏଥିପାଇଁ ବାଲେଶ୍ୱର ବାଣ ବଜାରରେ ଗ୍ରାହକଙ୍କ ଭିଡ ଜମୁଛି। ବିଭିନ୍ନ କିସମର ବାଣ ମଧ୍ୟ ମିଳୁଛି। ଚଳିତବର୍ଷ ଫ୍ୟାନ୍‌ସି ବାଣର ବେଶ୍‌ ଚାହିଦା ରହିଛି। ଜିଲ୍ଲା ସ୍କୁଲ ପଡିଆରେ ପ୍ରଶାସନର ନିଷ୍ପତ୍ତି କ୍ରମେ ଚଳିତବର୍ଷ ୬୦ଟି ବାଣ ବଜାର ଖୋଲାଯାଇଛି। ବ୍ୟବସାୟୀମାନେ ଦି ପଇସା ଲାଭ ପାଇବେ ବୋଲି ଆଶା ବାନ୍ଧିଛନ୍ତି । ଅନ୍ୟପଟେ କୌଣସି ଅଘଟଣ ନଘଟିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।