୩ କୋଟିର ଲୋଭ ଦେଖାଇ ଅଢେଇ କୋଟି ଚୂନ ମାରିଦେଲା ଠକ, ନୋଏଡାରୁ ଧୂର୍ତ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ EOW

କେନ୍ୟୁଜ୍(ବ୍ୟୁରୋ):   ୩ କୋଟିର ଲୋଭ ଦେଖାଇ ଠକି ନେଲେ ଅଢେଇ କୋଟି ଟଙ୍କା । ଏହି ଠକେଇ ମାମଲାରେ ଅଭିଯୁକ୍ତ ହିମାଂଶୁ ଭଣ୍ଡାରୀକୁ ନୋଏଡାରୁ ଗିରଫ ପରେ ଟ୍ରାଞ୍ଜିଟ ରିମାଣ୍ଡରେ ଭୁବନେଶ୍ୱର ଆଣିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ୨୦୧୯ରେ ଯୋଡାର ଜଣେ ବ୍ୟବସାୟୀ ପ୍ରମୋଦ ରାଉତଙ୍କୁ ଠକିଥିଲା ଅଭିଯୁକ୍ତ । ଅଭିଯୋଗ ଅନୁଯାୟୀ,ହିମାଂଶୁ ନିଜକୁ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ଦର୍ଶାଇ
ପ୍ରଧାନମନ୍ତ୍ରୀ ରାହତ କୋଷ ଯୋଜନାରେ ପ୍ରମୋଦଙ୍କ ବୀମା ପଲିସ୍‌ ଚୟନ ହୋଇଥିବା କହିଥିଲା । ୨ କୋଟି ୩୫ ଲକ୍ଷ ଟଙ୍କା ଦେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ୩ କୋଟି ଟଙ୍କା ଦିଆଯିବ ବୋଲି କହିଥିଲା ଅଭିଯୁକ୍ତ ।

ହିମାଂଶୁ ନିଜକୁ ମିନିଷ୍ଟ୍ରି ଅଫ୍‌ ଫାଇନାନ୍ସ ଅଧିକାରୀଙ୍କ ମିଛ ପରିଚୟ ଦେଇଥିଲା । ହିମାଂଶୁଙ୍କ କଥାକୁ ବିଶ୍ୱାସ କରି ପ୍ରଥମେ କିଛି ଟଙ୍କା ଟ୍ରାନ୍ସଫର କରିଥିଲେ ପ୍ରମୋଦ । ୨୦୧୯ ନଭେମ୍ବର ୧୯ରୁ ୨୦୨୧ ମସିହା ଫେବ୍ରୁଆରୀ ୪ ମଧ୍ୟରେ ସେ ମୋଟ ୨ କୋଟି ୩୫ ଲକ୍ଷ ଟଙ୍କା ଟ୍ରାନ୍‌ସଫର କରିଥିଲା । ଏହାପରେ ପ୍ରମୋଦଙ୍କ ଆକାଉଣ୍ଟକୁ କୌଣସି ଟଙ୍କା ଆସିନଥିଲା । ଏଥିସହ ତାଙ୍କ ନିକଟକୁ ଯେଉଁ ସବୁ ନମ୍ବରରୁ ଫୋନ ଆସିଥିଲା ସେସବୁ ବନ୍ଦ ଥିଲା । ଫଳରେ ପ୍ରମୋଦ ଠକେଇର ଶୀକାର ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ । ତଦନ୍ତ ପରେ ଗତକାଲି ନୋଏଡାରୁ ଅଭିଯୁକ୍ତ ହିମାଂଶୁକୁ ଗିରଫ କରିଛି ଇଓଡବ୍ଲ୍ୟୁ । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.