ରାୟଗଡ଼ାରେ ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲା: ତଦନ୍ତ ପାଇଁ ଆଉ ଏକ ଟିମ୍‌ ଗଠନ କଲା କ୍ରାଇମବ୍ରାଞ୍ଚ

ରାୟଗଡ଼ା(କେନ୍ୟୁଜ୍): ରାୟଗଡ଼ାରେ ରୁଷ୍‌ର କୋଟିପତି ସାଂସଦ ପାଭେଲ୍‌ ଆଣ୍ଟୋଭଙ୍କ ମୃତ୍ୟୁକୁ ନେଇ କ୍ରାଇମବ୍ରାଞ୍ଚ ଗଠନ କଲା ଦ୍ୱିତୀୟ ଟିମ୍‌ । ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାରେ ତଦନ୍ତ ଜୋରଦାର କଲା କ୍ରାଇମବ୍ରାଞ୍ଚ । ତଦନ୍ତ ପାଇଁ ଆଉ ଏକ ଟିମ୍‌ ଗଠନ କଲା କ୍ରାଇମବ୍ରାଞ୍ଚ । ଡିଏସପି ସରୋଜକାନ୍ତ ମହାନ୍ତୋଙ୍କ ନେତୃତ୍ୱରେ ଗଠନ ହେଲା ଟିମ୍‌ । ପୂର୍ବରୁ ଡିଏସପି ତପନ ଦାସଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ଗଠନ ହୋଇଥିଲ । ଡିଏସପି ସରୋଜକାନ୍ତ ମହାନ୍ତୋଙ୍କ ଟିମ୍‌ ରାୟଗଡ଼ା ଅଭିମୁଖେ ବାହାରିଛନ୍ତି ।

ସିଆଇଡି ଓ ସିବି ଟିମକୁ ସହାୟତା କରିବ ଏହି ଟିମ୍‌ । ଟିମ୍‌ରେ ଅଛନ୍ତି ଜଣେ ଇନିସପେକ୍ଟର, ଜଣେ ଏସଆଇ ଓ ଜଣେ ଏଏସଆଇ । ୨ ଜଣ ଫରେନ୍ସିକ ବିଶେଷଜ୍ଞ ଓ ଫଟୋଗ୍ରାଫର ଟିମ୍‌ରେ ଅଛନ୍ତି । ଘଟଣାସ୍ଥଳକୁ ଯିବା, ସାକ୍ଷୀ ମାନଙ୍କୁ ଯାଞ୍ଚ କରିବା, ସ୍ଥାନୀୟ ପୋଲିସ ଠାରୁ ପ୍ରମାଣ ସଂଗ୍ରହ କରିବା ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଦାୟିତ୍ୱ ତଦନ୍ତକାରୀ ସଂସ୍ଥା ଉପରେ ନ୍ୟସ୍ତ କରାଯାଇଛି । ମୃତକଙ୍କ ପରିବାର ସଦସ୍ୟଙ୍କ ସମ୍ପର୍କରେ କିଛି ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ । ଦୁଇ ରୁଷ ନାଗରିକ ପାନାସେଙ୍କୋ ଓ ଟୁରୋଭ୍‌ଙ୍କ ପଚରାଉଚରା ସମୟର ତଥ୍ୟକୁ କ୍ରସ୍‌ ଚେକ୍‌ କରିବା ପରେ ପରିବାର ସହ ଯୋଗାଯୋଗ କରିବା ପ୍ରକ୍ରିୟା ଜାରି ରଖିଛି କ୍ରାଇମବ୍ରାଞ୍ଚ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.