Below header

ଉତ୍ତର ପ୍ରଦେଶରେ ଅଦଭୁତ ଶିଶୁକନ୍ୟା ଜନ୍ମ, ପିଲା ଦେହର ୬୦ ଭାଗ ଜାଗାରେ ଦେଖିବାକୁ ମିଳିଛି କଳା ଲୋମ

କେନ୍ୟୁଜ୍‌(ବ୍ୟୁରୋ): ବିଭିନ୍ନ ସମୟରେ ବିରଳ ଶିଶୁ ଜନ୍ମ ହେବାର ଘଟଣା ସାମନାକୁ ଆସିଥାଏ । କେତେବେଳେ ଦୁଇଟି ମୁଣ୍ଡଥିବା ଶିଶୁ ଜନ୍ମ ହେବାର ଦେଖିବାକୁ ମିଳିଥାଏ, ତ କେତେବେଳେ ଦୁଇଜଣଙ୍କ ମୁଣ୍ଡ ଏକାଠି ଲାଗିଯାଇଥାଏ । ଆଉ ବେଳେବେଳେ ଅଧିକ ସଂଖ୍ୟକ ହାତଗୋଡ଼ ଥିବା ଶିଶୁ ଦେଖିବାକୁ ମିଳିଥାଏ । ଉତ୍ତର ପ୍ରଦେଶ ହରଦୋଇରେ ଏଭଳି ଘଟଣା ସାମନାକୁ ଆସିଛି ।

ନବ ଜାତକର ଦେହରେ ଢାଙ୍କି ହୋଇଛି ବାଳ । ଯାହା ଡାକ୍ତରଠୁ ଆରମ୍ଭ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କହିବାକୁ ଗଳେ ଏକ ବିରଳ ଶିଶୁର ଜନ୍ମ ହୋଇଛି । ଶିଶୁ ଶରୀରର ୬୦ ପ୍ରତିଶତ ବାଳରେ ଢାଙ୍କି ହୋଇଛି । ଶିଶୁ କନ୍ୟାର ପିଠିରେ ମଧ୍ୟ ବାଳ ଥିବାର ଦେଖିବାକୁ ମିଳିଛି । ଶିଶୁଟିର ମୁଣ୍ଡଠୁ କାନ୍ଧ ଓ ପିଠିରେ ବାଳ ରହିଥିବାର ଦେଖାଯାଇଛି । ହରଦେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ଏଭଳି ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଘଟଣାଟି ପ୍ରଚାର ହେବା ପରେ ନବଜାତକକୁ ଦେଖିବାକୁ ଡାକ୍ତରଖାନାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା ।

ସୂଚନାପାଇ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ ଗ୍ୟାରେଣ୍ଟି କାର୍ଯ୍ୟକ୍ରମର ଏକ ଟିମ ପହଁଚି ଶିଶୁ ଟିର ଯାଞ୍ଚ କରିଥିଲା । ଏହାପରେ ଶିଶୁଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଚିକିତ୍ସା ପରେ ଏହା ଠିକ ହୋଇଯିବ ବୋଲି ଟିମ୍‌ କହିଛି । ଶିଶୁଟିର ଅଧିକ ଚିକିତ୍ସା ପାଇଁ ଲକ୍ଷ୍ନୋ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.