Below header

ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚର ଟିମ୍‌ର ମାରାଥନ୍‌ ଜେରା, ୭ ଘଣ୍ଟାରେ ପଚାରିଲେ ୭୦ ପ୍ରଶ୍ନ

୭ ଘଣ୍ଟା ୭୦ ପ୍ରଶ୍ନ । ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚର ଟିମ୍‌ର ମାରାଥନ୍‌ ଜେରା । ଗୁଡ଼େଇତୁଡ଼େଇ ହୋଇ ୬୦ରୁ ୭୦ଟି ପ୍ରଶ୍ନ ପଚାରିଲେ ଟିମ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଗୌଡଗାଁ ବିଦ୍ୟାଙ୍କ ପୈତୃକ ଘରେ ବିଦ୍ୟାଭାରତୀ ଓ ପରିବାରଙ୍କୁ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ଜେରା କରିଛି। ବିବାହ ପରଠୁ ସୌମ୍ୟଙ୍କ ମୃତ୍ୟୁ ଯାଏ ଗୋଟି ଗୋଟି ଘଟଣା ପଚାରିଥିଲେ ତଦନ୍ତକାରୀ ଟିମ୍‌ । ବିବାହ ପରେ ଦୁହିଁଙ୍କ ଭିତରେ କେମିତି ଥିଲା ସମ୍ପର୍କ ? କିଛି ମନାନ୍ତର ଥିଲା କି ? ସୌମ୍ୟ ପୋଡ଼ି ହେଲେ କେମିତି ? ସେଦିନ ଘରେ ଥାଇ ବି ସୌମ୍ୟଙ୍କ ଦେହରେ ନିଆଁ ଲାଗିବାର କାରଣ କେମିତି ଜାଣି ପାରିଲେନି ? ଡିଏଫ୍‌ଓଙ୍କ ସହ ତାଙ୍କର କିଭଳି ସମ୍ପର୍କ ରହିଛି। ସୌମ୍ୟଙ୍କ ପରିବାରଲୋକେ ଯେଉଁ ଅଭିଯୋଗ ଆଣୁଛନ୍ତି ତାକୁ ନେଇ ବିଦ୍ୟାଭାରତୀଙ୍କ କଣ ରହିଛି ପ୍ରତିକ୍ରିୟା ସେନେଇ ଜାଣିବାକୁ ଚେଷ୍ଟା କରିଥିଲେ ଟିମ ।

ଦରକାର ପଡିଲେ ପୁଣି ଜେରାହେବ ବୋଲି କ୍ରାଇମବ୍ରାଞ୍ଚ ଅଧିକାରୀ କହିଛନ୍ତି । ଏହାପୂର୍ବରୁ ସୌମ୍ୟଙ୍କ ପରିବାର ଲୋକଙ୍କୁ ତିିନି ଘଣ୍ଟା ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍‌ । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ସୌମ୍ୟଙ୍କ ପରିବାର ଓ ବିଦ୍ୟାଙ୍କ ପରିବାର ଏବଂ ବିଦ୍ୟାଭାରତୀଙ୍କୁ ଜେରା ସରିଛି। ପାରଳାଖେମୁଣ୍ଡିରେ ୧୫ଜଣଙ୍କୁ ପଚରାଉଚରା କରାଯାଉଛି। ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାକୁ ୫୧ ଦିନ ବିତିଗଲାଣି । ମାତ୍ର ରହସ୍ୟ ଉପରୁ ପରଦା ଉଠିପାରୁନି। ଗତ ଅଗଷ୍ଟ ୧୫ ତାରିଖରୁ କ୍ରାଇମବ୍ରାଞ୍ଚ ବିଦ୍ଧିବଦ୍ଧ ଭାବେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.