ଆଜି ହେବ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଶେଷକୃତ୍ୟ, ପରିବାରକୁ ହସ୍ତାନ୍ତର କରାଯିବ ମୃତଦେହ

ମୁମ୍ବାଇ(କେ ନ୍ୟୁଜ):  ଆଜି ହେବ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଶେଷକୃତ୍ୟ। ତାଙ୍କ ମୃତଦେହକୁ ଆଜି ପରିବାରକୁ ହସ୍ତାନ୍ତର କରାଯିବ। ୪୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସିଦ୍ଧାର୍ଥ।। ହୃଦଘାତରେ ଦେହାନ୍ତ ହୋଇଥିବା କହିଛନ୍ତି ଡାକ୍ତର । ସିଦ୍ଧାର୍ଥଙ୍କ ଅକାଳ ବିୟୋଗରେ ଉଭୟ ଟେଲି ଇଣ୍ଡଷ୍ଟ୍ରି ଓ ବଲିଉଡକୁ ସ୍ତବ୍ଧ କରି ଦେଇଛି । ସେ ଯେ ଆଉ ନାହାନ୍ତି ଏକଥାକୁ ବିଶ୍ୱାସ କରି ପାରୁନାହାନ୍ତି କେହି । ବିଗବସ୍‌ ସିଜିନ୍‌-୧୩ ବିଜେତା ଥିଲେ ସିଦ୍ଧାର୍ଥ । ଟିଭି ସିରିଏଲ୍‌ ବାଲିକା ବଧୂ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ମଡେଲିଂରୁ କ୍ୟାରିୟର ଆରମ୍ଭ କରିଥିଲେ ସିଦ୍ଧାର୍ଥ । ସେହିବର୍ଷ ତୁର୍କୀରେ ଆୟୋଜିତ ଓ୍ଵାଲର୍ଡ ବେଷ୍ଟ ମଡେଲ୍‌ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରି ବାଜି ମାରିଥିଲେ ସିଦ୍ଧାର୍ଥ ।

୨୦୦୮ରେ ଟିଭି ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ମାରିଥିଲେ । ତାଙ୍କ ଅଭିନୀତ ପ୍ରଥମ ସିରିଏଲ୍‌ ଥିଲା ବାବୁଲ କା ଆଙ୍ଗନ ଛୁଟେ ନା । ୨୦୦୯ରେ ଜାନେ ପହଚାନେ, ଆହଟରେ ଅଭିନୟ କରିଥିଲେ । ୨୦୧୧ରେ ଲଭ୍‌ ୟୁ ଜିନ୍ଦେଗୀ ସିରିଏଲରେ ନଜର ଆସିଥିଲେ ସିଦ୍ଧାର୍ଥ । ୨୦୧୨ରେ ବାଲିକା ବଧୂ ତାଙ୍କୁ ସଫଳତାରେ ଶୀର୍ଷରେ ପହଞ୍ଚାଇଥିଲା । ୨୦୧୪ରେ ରିଲିଜ ହମ୍ପଟି ଶର୍ମା କି ଦୁଲହନିୟାରେ ବଲିଉଡରେ ଡେବ୍ୟୁ କରିଥିଲେ । ଚଳିତବର୍ଷ ରିଲିଜ ହୋଇଥିଲା ସିର୍ଦ୍ଧାର୍ଥଙ୍କ ୱେବ୍‌ ସିରିଜ୍‌ ବ୍ରୋକନ୍‌ ବଟ୍‌ ବିୟୁଟିଫୁଲ୍‌ । ସେହିପରି କିଛି ରିଆଲିଟି ସୋରେ ବି ଜଲଓ୍ଵା ଦେଖାଇଥିଲେ ସିଦ୍ଧାର୍ଥ । ଆଜି ସେ ନାହାନ୍ତି । ତାଙ୍କର ଅପାସୋରା ଅଭିନୟ ତାଙ୍କ ଫ୍ୟାନଙ୍କ ହୃଦୟରେ ସ୍ମରଣୀୟ କରି ରଖିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.