କୋରାପୁଟ: ବୈପାରିଗୁଡା କାଂଦୁଲୁବେଡ଼l ଗାଁ ପୋଖରୀରୁ ୪ ଫୁଟର କୁମ୍ଭୀର ଉଦ୍ଧାର, ଗ୍ରାମବାସୀଙ୍କ ଭିତରେ କୋକୁଆ ଭୟ

କୋରାପୁଟ: କୋରାପୁଟ ଜିଲ୍ଲା ବୈପାରିଗୁଡାରେ ପୋଖରୀ ଭିତରୁ କୁମ୍ଭୀର ଉଦ୍ଧାର । ଜଙ୍ଗଲ ବିଭାଗ ପକ୍ଷରୁ କୁମ୍ଭୀରଟିକୁ କୋଲାବ ନଦୀରେ ଛାଡି ଦିଆଯାଇଛି। ପୋଖରୀ ବା ନଦୀକୁ ଗଲାବେଳେ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ଜଙ୍ଗଲ ବିଭାଗ ପକ୍ଷରୁ ସତର୍କ କରାଯାଇଛି।

ବୈପାରିଗୁଡା ବ୍ଲକର ପେନ୍ଦlପୋଡା ପଂଚାୟତ କାଂଦୁଲୁବେଡ଼l ଗାଁର ଏକ ପୋଖରୀରେ ମାଛ ଧରାଯାଉଥିବାବେଳେ, ଜାଲରେ ପଡିଥିଲା ୪ଫୁଟ ଲମ୍ବା ଏବଂ ୨୦ କେଜି ଓଜନର ଏକ କୁମ୍ଭୀର l   ଗାଁ ଲୋକେ ମାଛ ଧରିବା ପାଇଁ ଯାଇଥିବା ବେଳେ ମାଛ ଜାଲରେ କୁମ୍ଭୀର ଫସି ଯାଇଥିବା ଦେଖିବାକୁ ମିଳିଥିଲା l  ଖବର ପାଇ ଗୁପ୍ତେଶ୍ୱର ବନାଞ୍ଚଳ ଟିମ୍  କୁମ୍ଭୀରକୁ ଉଦ୍ଧାର କରି କୋଲାବ ନଦୀରେ ଛାଡିଦେଇଛନ୍ତି। ପୋଖରୀରୁ ଏହି କୁମ୍ଭୀର ଉଦ୍ଧାର ହେବାପରେ ଆଉ କିଛି କୁମ୍ଭୀର ଥିବା ଆଶଙ୍କା କରାଯାଉଛି। କୁମ୍ଭୀର ଉଦ୍ଧାର ହେବାପରେ ସେ ଅଂଚଳର ଗ୍ରାମବାସୀମାନେ ପୋଖରୀ ବା ନଦୀକୁ ଯିବାକୁ ଭୟ କରୁଛନ୍ତି।

ପୋଖରୀ ନିକଟରେ କୋଲାବ ନଦୀର ଏକ  ଶାଖାନଦୀ  ପ୍ରଭାହିତ ହେଉଛି। ନଦୀ ଜଳ ପୋଖରୀରେ ମିଶୁଥିବାରୁ କୁମ୍ଭିରଟି ନଦୀରେ ଭାସି ଆସି ପୋଖରୀ ମଧ୍ୟରେ ରହିଯାଇଥିବା ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.