ବାରିପଦା: ନିର୍ମାଣାଧୀନ ଉରା ନାଳ ପୋଲରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ, ଘଟଣା ସ୍ଥଳରେ ଉତ୍ତେଜନା ଜାରି

ବାରିପଦା(କେ ନ୍ୟୁଜ): ବାରିପଦା-ପ୍ରତାପପୁର ରାସ୍ତାରେ ନିର୍ମାଣାଧୀନ ଉରା ନାଳ ପୋଲରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମେସିନ ପଡିଯିବାରୁ ମେସିନ ତଳେ ଚାପି ହୋଇ ଶ୍ରମିକଙ୍କର ମୃତ୍ୟୁ ଘଟିଛି ମୃତ୍ୟୁ। ଘଟଣା ସ୍ଥଳରେ ଉତ୍ତେଜନା ଜାରି ରହିଛି | ଏହାକୁ ନେଇ ଅନ୍ୟ ଶ୍ରମିକ ମାନେ ବିଦ୍ରୋହ କରିଛନ୍ତି ।

ଆଉ ସେମାନଙ୍କ ଆକ୍ରମଣରେ  ସୁପରଭାଇଜର ଆହତ ହୋଇଥିବା ବେଳେ ଘଟଣା ସ୍ଥଳରେ ବେତନଟୀ ଥାନା ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ମୃତକ ଜଣଙ୍କ ହେଲେ ଦିପକ ସିଂ । ଘର ରାସଗୋବିନ୍ଦପୁର ଅଞ୍ଚଳରେ । ଆଜି ସକାଳେ ପୋଲ ନିର୍ମାଣ କର୍ଯ୍ୟ ଚଳୁଥିବା ବେଳେ ଏହି ଅଘଟଣ ଘଟିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.