କୁଚିଣ୍ଡା: ଭଡାଘରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

କୁଚିଣ୍ଡା(କେ ନ୍ୟୁଜ): କୁଚିଣ୍ଡା ଥାନା ଅନ୍ତର୍ଗତ ଏନ୍ଏସି ୱାର୍ଡ ନଂ ୯ରେ ଭଡାନେଇ ରହୁଥିବା ଏବଂ କୁଚିଣ୍ଡା ଉପଖଣ୍ଡ ରକ୍ତ ଭଣ୍ଡାରରେ କାର୍ଯ୍ୟରତ ମହିଳା ଆଟେଣ୍ଡେଣ୍ଟ ଶୈଳପ୍ରଭା ମହାକୁଲଙ୍କ ମୃତଦେହ ଉଦ୍ଧାର ହୋଇଛି | ସେ ରହୁଥିବା ଭଡାଘରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରିଛି କୁଚିଣ୍ଡା ପୋଲିସ । ଗତକାଲି ଏକ ରକ୍ତଦାନ ଶିବିରକୁ ଯାଇଥିବା ବେଳେ ଆଜି କାର୍ଯ୍ୟ କରିବାକୁ ଯାଇନଥିଲେ। ଆଜି ଘରେ କେହି ନଥିବା ବେଳେ ଆତ୍ମହତ୍ୟା କରିଥିବା କୁହାଯାଉଛି।

ଅପରାହ୍ନରେ ତାଙ୍କ ପତି ଆସି ଘରେ ତାଲା ପଡିଥିବା ବେଳେ ଶୈଳପ୍ରଭା ଫୋନ ମଧ୍ୟ ଉଠାଇ ନଥିଲେ। ଏଣୁ ତାଙ୍କ ପତି ପୁଅକୁ ଫୋନ କରି ଡାକିବା ପରେ ପୁଅ ଆସି ଘର ପଛପଟୁ ଯାଇ ମା ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ। ପୋଲିସ ଆସି ମୃତଦେହ ଉଦ୍ଧାର କରିଥିଲା। ଆଜି ଶବ ବ୍ୟବଚ୍ଛେଦ ହେବାନେଇ ସୂଚନା ମିଳିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.