ବୈତରଣୀରେ ଜଗିଛି କୁମ୍ଭୀର, ଲୋକଙ୍କୁ ଘାରିଛି ବିଷଧର ଜନ୍ତୁଙ୍କ ଭୟ

ଚାନ୍ଦବାଲି (କେନ୍ୟୁଜ) : ବନ୍ୟା ପାଣି ଆସିବାରୁ ବୈତରଣୀ ନଦୀରେ ଉଛୁଳା ପାଣି । ବନ୍ୟା ପାଇଁ ଲୋକଙ୍କୁ ଘାରିଛି ବିଷଧର ଜନ୍ତୁଙ୍କ ଭୟ । ବୈତରଣୀ ନଦୀର ଦୋହରପାଟଣା ବିଲ ସାହି ପାଖର ନଦୀ କୂଳରେ କୁମ୍ଭୀର ଶୋଇଥିବାର ଲୋକେ ଦେଖିବାକୁ ପାଇଛନ୍ତି । କୁମ୍ଭୀର ଦେଖିବା ପରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । କାରଣ ବୈତରଣୀ ପାଣି ବନ୍ଧକୁ ଲାଗି ରହିଛି । କାଳେ କୁମ୍ଭୀର ଗାଁ ଭିତରକୁ ପଶି ଆସିବ ତେଣୁ ନଦୀ କୁଳିଆ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.