ଶ୍ୱେତାଙ୍କ ଆତ୍ମହତ୍ୟା ଘଟଣା : ଆସିଲା ରିପୋର୍ଟ, ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ସୌମ୍ୟଜିତଙ୍କୁ ୧୫ଥର କରିଥିଲେ କଲ୍‌

ଭୁବନେଶ୍ୱର (କେନ୍ୟୁଜ): ଲେଡି ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ସୁଇସାଇଡ ସସପେନ୍‌ସ ଭିନ୍ନ ମୋଡ଼ ନେଇଛି । ପୋଲିସ ସ୍କାନରରେ ଶ୍ୱେତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ର । ମୃତ୍ୟୁର ଅଧଘଣ୍ଟାଏ ପୂର୍ବରୁ ସେ ସୌମ୍ୟଜିତଙ୍କୁ ୧୫ ଥର କଲ୍‌ କରିଥିଲେ । ରାତି ସାଢ଼େ ଗୋଟାଏ ଶେଷ ଫୋନ୍‌ କଲ୍‌ ଥିଲା । ଶ୍ୱେତା ବାରମ୍ବାର ଫୋନ କରିଥିଲେ ବି କଲ୍‌ ରିସିଭ କରିନଥିଲେ ସୌମ୍ୟଜିତ । ଚନ୍ଦ୍ରଶେଖରପୁର ଥାନା ପୋଲିସ ହାତରେ ଥିବା କଲ୍‌ ଡିଟେଲସ୍‌ରୁ ଏହି ତଥ୍ୟ ମିଳିଛି ।

ଅନ୍ୟପଟେ ସାମ୍ନାକୁ ଆସିଲା ଦୁଇଟି ଫୁଟେଜ । ସେଥିରୁ ଗୋଟିଏ ଭୁବନେଶ୍ୱରର ଏକ ପବ୍‌ର ଭିଡିଓ ଫୁଟେଜ । ଯେଉଁଥିରେ ଶ୍ୱେତା ପବ୍‌କୁ ଯାଇଥିବାର ଭିଡିଓ ରହିଛି । ଅନ୍ୟ ଫୁଟେଜଟି ଆସିଛି ସମ୍ବଲପୁରର ସୌମ୍ୟଜିତଙ୍କ ଘର ଆଗରୁ । ସିସିଟିଭି ଫୁଟେଜରେ ସୌମ୍ୟଜିତ ବାଇକରେ ବସି ବାହାରକୁ ଯାଉଛନ୍ତି । ଏଥିରେ ସେ ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଛି । ଖୁବଶୀଘ୍ର ଥାନାରେ ହାଜର ହୋଇପାରନ୍ତି ସୌମ୍ୟଜିତ । ତାଙ୍କୁ ନୋଟିସ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ସୌମ୍ୟଜିତଙ୍କୁ ପଚରାଉଚରା କରିବ ପୋଲିସ। ଘଟଣା ପର ଦିନ ସୌମ୍ୟଜିତଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା ପୋଲିସ । ୧୭ଟି ପ୍ରଶ୍ନର ଜବାବ ରଖିଥିଲେ ସୌମ୍ୟଜିତ । କିନ୍ତୁ ତାଙ୍କୁ ଗିରଫ କରିନଥିଲା । ପରିବାର ଲୋକଙ୍କ ଅଭିଯୋଗ ପରେ ପୁଣିଥରେ ତାଙ୍କୁ ଡାକିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.