ଭିତରକନିକାରେ ୟାସ୍‌ର ପ୍ରଭାବ: ନଦୀରେ ଉଚ୍ଚ ଜୁଆର ଆସି ନଷ୍ଟ ହୋଇଯାଇଛି କୁମ୍ଭୀରଙ୍କ ବସା ଓ ଅଣ୍ଡା

ରାଜନଗର: କୁମ୍ଭୀରଙ୍କ ପ୍ରଜନନ ଉପରେ ବାତ୍ୟା ୟାସର ପ୍ରଭାବ । ଭିତରକନିକା ଜାତୀୟ ଉଦ୍ୟାନ ବଉଳା କୁମ୍ଭୀରର ଏନ୍ତୁଡ଼ିଶାଳ ଭାବେ ପରିଚିତ । ହେଲେ ୟାସ୍‌ର ପ୍ରଭାବରେ ନଦୀରେ ଉଚ୍ଚ ଜୁଆର ଆସି କୁମ୍ଭୀର ବସା ଓ ଅଣ୍ଡା ନଷ୍ଟ ହୋଇଯାଇଛି । ଫଳରେ ମା କୁମ୍ଭୀରମାନେ ଅଣ୍ଡା ଦାନ କରିବା ପାଇଁ ବସା ଖୋଜି ବୁଲୁଛନ୍ତି ।

ଯାହାର EXCLUSIVE ଭିଜୁଆଲ ଲାଗିଛି କଳିଙ୍ଗ ଟିଭି ହାତରେ । ପୂନଃର୍ବାର ମା କୁମ୍ଭୀର ମାନେ ଅଣ୍ଡାଦାନ ସହ ବସା ଆରମ୍ଭ କରିଛନ୍ତି । ତେବେ ପୂର୍ବରୁ ଅଣ୍ଡାଦାନ କରିସାରିଥିବା କୁମ୍ଭୀର ଆଉ ଅଣ୍ଡାଦାନ କରିବେ ନାହିଁ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.