CRPF ସବ ଇନ୍ସପେକ୍ଟରଙ୍କ ଘରୁ ଡ଼କାୟତି, ଆକ୍ରମଣ କରିବା ସହ ଲୁଟିନେଲେ ମୋବାଇଲ ଓ ସୁନା ଚେନ୍

କରଞ୍ଜିଆ(କେନ୍ଯୁଜ୍): ମୟୁରଭଞ୍ଜ ଜିଲ୍ଲା ରରୁଆ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ନିକଟରେ ଥିବା ସିଙ୍ଗିଡା ଗାଁରେ ଡ଼କାୟତି। CRPF ସବ ଇନ୍ସପେକ୍ଟର ପରମେଶ୍ବର ଫଦୁକର ଘରେ ଡ଼କାୟତି ହୋଇଛି । ବିଳମ୍ବିତ ରାତ୍ରରେ ୬ ଜଣ ଡ଼କାୟତି ଘରେ ପଶି ସବ ଇନ୍ସପେକ୍ଟର ପରମେଶ୍ବରକୁ ଆକ୍ରମଣ କରିବା ସହିତ ମୋବାଇଲ ସୁନା ଚେନ ଲୁଟି ନେଇଛନ୍ତି । ସେ ଶ୍ରୀ ନଗରରୁ କିଛି ଦିନ ହେବ ଛୁଟିରେ ଆସିଥିଲେ ।

ଅନ୍ଯପଟେ ଡ଼କାୟତଙ୍କ ଆକ୍ରମଣରେ CRPF ସବ ଇନ୍ସପେକ୍ଟରଙ୍କ ମୁଣ୍ଡ ଏବଂ ହାତରେ ଆଘାତ ଲାଗିଥିବାରୁ ସେ ଗୁରୁତର ହୋଇପଡିଛନ୍ତି । ୬ଜଣକ ମଧ୍ୟରୁ ଜଣେକୁ ସ୍ଥାନୀୟ ଲୋକମାନେ ଧରିବା ସହିତ ରରୁଆ ପୋଲିସକୁ ହସ୍ତାନ୍ତର କରିଥିଲେ । ଡ଼କାୟତ ଜଣକ ହେଉଛି ମୁନା ଦାସ। ସେ କେନ୍ଦ୍ରାପଡା ଜିଲ୍ଲା ବଡ଼ ମୂଳାବସନ୍ତ ଗାଁର । ତା ନାଁ ରେ ବିଭିନ୍ନ ଥାନା ରେ ମାମଲା ଥିବା ଜଣାପଡିଛି ।

ଏନେଇ ରରୁଆ ଥାନରେ କେସ୍ ନଂ ୧୧୦ ରେ ମାମଲା ରୁଜୁ ହେବା ସହିତ ୪୫୭,୩୯୮,୩୦୭ IPC ରେ ଧାରା ଲାଗିଛି । ଅନ୍ୟ ପାଞ୍ଚ ଜଣକୁ ପୋଲିସ ଖୋଜିବା ସହିତ ତଦନ୍ତ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.