Below header

ବ୍ୟାଙ୍କ ଚୋରି କରିବାକୁ ଯାଇ ହଟହଟା : ଅକ୍ଷର ଖରାପ ଯୋଗୁ ବ୍ୟାଙ୍କ ଷ୍ଟାପ୍‌ ବୁଝି ପାରିଲେନି ଚିଠି, ହତାଶ ହୋଇ ଫେରିଲା ଚୋର

ସୁନ୍ଦର ହ୍ୟାଣ୍ଡ ରାଇଟିଂ ନହେଲେ ସର୍ବଦା ଆମେ ଶିକ୍ଷକ ଓ ଆମର ବଡ଼ମାନଙ୍କ ଠାରୁ ଗାଳି ଶୁଣିଥାଉ । ସେଥିପାଇଁ ସମସ୍ତେ ଭଲ ହ୍ୟାଣ୍ଡ ରାଇଟିଂ କରିବାକୁ ଉପଦେଶ ଦେଇଥାନ୍ତି । ସୁନ୍ଦର ହ୍ୟାଣ୍ଡ ରାଇଟିଂ ନହେବା ଯୋଗୁ ଜଣେ ଚୋରକୁ ମଧ୍ୟ ହଟହଟା ହେବାକୁ ପଡ଼ିଛି । ଚୋର ଜଣକ ହେଲା ଇଂଲଣ୍ଡ ସେଣ୍ଟ ଲିଓନାର୍ଡସର ଆଲାନ ସ୍ଲାଟେରୀ । ସେ ଗତ ମାର୍ଚ୍ଚ ୧୮ ତାରିଖରେ ଇଷ୍ଟାବର୍ଣ୍ଣର ଏକ ବ୍ୟାଙ୍କ୍‌ ଚୋରୀ କରିବାକୁ ଯାଇ ବ୍ୟାଙ୍କ କର୍ମଚାରୀଙ୍କୁ ଏକ ଧମକପୂର୍ଣ୍ଣ ଚିଠି ଦେଲେ ।

ହେଲେ ତାଙ୍କର ଖରାପ ହ୍ୟାଣ୍ଡ ରାଇଟିଂ ପାଇଁ ଯୋଗୁ ବ୍ୟାଙ୍କ କର୍ମଚାରୀ ଧମକପୂର୍ଣ୍ଣ ଚିଠିର ଅର୍ଥ ବୁଝିପାରିଲେ ନାହିଁ । ସେ ଡରିକରି ଟଙ୍କା ଦେବେ କ’ଣ ଚୋର ଆଡ଼କୁ ଦୃଷ୍ଟି ଦେଲେ ନାହିଁ । ବିଚରା ଚୋର ଦୀର୍ଘ ସମୟ ଠିଆ ହୋଇ ନିରାଶରେ ଫେରିଲା ।

ପରେ ବ୍ୟାଙ୍କ କର୍ମଚାରୀ ଜଣକ ଚିଠିର ଅର୍ଥ ବୁଝିପାରି ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଲେ । ପୋଲିସ ସିସି ଟିଭି ଫୁଟେଜରୁ ଚୋରକୁ ଖୋଜିବାକୁ ଲାଗିଲେ । ଚୋରଟି ପୁଣି ମାର୍ଚ୍ଚ ୨୬ ତାରିଖରେ ଆଉ ଏକ ବ୍ୟାଙ୍କ୍‌କୁ ଯାଇ ସମାନ ଭାବେ ଧମକପୂର୍ଣ୍ଣ ଚିଠି କର୍ମଚାରୀଙ୍କୁ ବଢ଼ାଇ ଦେଇ କାଉଣ୍ଟର ପାଖରେ ଠିଆ ହେଲେ ।

ଏଥର ଆଲାନଙ୍କ ଭାଗ୍ୟ ଭଲ ଥିଲା । ବ୍ୟାଙ୍କ କର୍ମଚାରୀ ଜଣକ ଏଥର ଚିଠିର ଅର୍ଥ ବୁଝି ପାରିଲେ ଓ ତାଙ୍କୁ ୨୪୦୦ ପାଉଣ୍ଡ ଅର୍ଥ ବଢ଼ାଇ ଦେଲେ । ଚୋରଟି ଏଥର ଆଉ ଏକ ବ୍ୟାଙ୍କକୁ ଚୋରି ପାଇଁ ଯାଇଥିଲେ । ହେଲେ ପୋଲିସ ହାତରେ ଧରାପଡ଼ିଯାଇଥିଲେ । ପୋଲିସ ସିସି ଟିଭି ଫୁଟେଜ ରୁ ଚୋରଟିକୁ ଧରିବାକୁ ସକ୍ଷମ ହୋଇଥିଲା । ଚୋରକୁ ଏବେ ୬ ବର୍ଷ ଜେଲ ଦଣ୍ଡ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.