ଆଫଗାନିସ୍ତାନକୁ ଅଧା କବଜା କଲା ତାଲିବାନ, ଅବିବାହିତା ଯୁବତୀଙ୍କୁ ଜୋର ଜବରଦସ୍ତ କରୁଛନ୍ତି ବିବାହ

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ ଅଧା କବଜା କଲା ତାଲିବାନ । ତାଲିବାନର ମିଶନ କାବୁଲ । କାବୁଲ କବଜା କରିବା ପାଇଁ ସବୁ ପ୍ରକାଶ ଷଡ଼ଯନ୍ତ୍ର ରଚିଛି ତାଲିବାନ । କ୍ଷୀପ୍ର ଗତିରେ ମାଡ଼ି ଚାଲିଛନ୍ତି ଆତଙ୍କୀ । ୩୪ ପ୍ରାଦେଶିକ ରାଜଧାନୀରୁ ୧୮ଟିକୁ ତାଲିବାନ କବଜା କରିସାରିଲାଣି । କାବୁଲ ଠାରୁ ଆଉ ମାତ୍ର ୫୦ କିଲୋମିଟର ଦୂର । ରାଜଧାନୀକୁ ଯୋଡୁଥିବା ପ୍ରମୁଖ ସଡ଼କପଥ କାବୁଲ-କାନ୍ଦାହାର ହାଇେଓ୍ଵୁକୁ ତାଲିବାନ ହାତକୁ ଯାଇ ସାରିଛି ।

ଅନ୍ୟପଟେ ସ୍ଥିତି ନେଇ ଆଜି ସାମ୍ବୋଧିତ କରିବେ ରାଷ୍ଟ୍ରପତି ଅସରଫ ଘନି । ସେପଟେ ଆଫଗାନିସ୍ତାନରେ ବଢ଼ୁଛି ତାଲିବାନ ଅତ୍ୟାଚାର । ହିଂସା ପରେ ଯୌନ ହିଂସା । ସାଧାରଣ ଲୋକଙ୍କ ରକ୍ତରେ ହୋଲି ଖେଳୁଥିବା ତାଲିବାନ ଏବେ ଭୟଙ୍କର ଯୌନ ହିଂସାରେ ଲିପ୍ତ । ଅବିବାହିତା ଯୁବତୀଙ୍କୁ ଜୋର ଜବରଦସ୍ତ ବିବାହ କରୁଛନ୍ତି ତାଲିବାନ ଆତଙ୍କୀ । ଘରକୁ ଘର ବୁଲି ଅବିବାହିତାଙ୍କ ତଲାସ କରାଯାଉଛି । ଏକ ନିର୍ଦ୍ଦିଷ୍ଟ ବୟସର ହୋଇଥିଲେ ଯୌନଦାସୀ କରିବାକୁ ବାଧ୍ୟ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.