ଉତ୍ତର ପ୍ରଦେଶ ସମେତ ମହାରାଷ୍ଟ୍ର ଓ ପାଟନାର ଅନେକ ସ୍ଥାନ ଜଳମଗ୍ନ, ଘର ଛାଡ଼ି ଯାଉଛନ୍ତି ଲୋକ

ବର୍ଷା ଆଗମନରେ ଏବେ ସବୁଆଡେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଦେଶର ଅନେକ ସ୍ଥାନରେ ବନ୍ୟା କାରଣରୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି ସଂଘାତିକ ହେବାରେ ଲାଗିଛି । ରାଜ୍ୟର ୨୪ଟି ଜିଲ୍ଲା ବନ୍ୟା ଘେରରେ ରହିଥିବା ବେଳେ ଲୋକମାନେ ଘରୁ ବାହାରକୁ ବାହାରି ପାରୁନାହାନ୍ତି ।

ସଙ୍ଗମସ୍ଥଳୀ ପ୍ରୟାଗରାଜରେ ଉଭୟ ଗଙ୍ଗା ଓ ଯମୁନା ନଦୀର ଜଳ ସ୍ତର ବୃଦ୍ଧି ପାଇଛି । ପ୍ରାୟ ଅଞ୍ଚ ଳ ଜଳମଗ୍ନ ରହିଥିବା ବେଳେ ହଜାର ହଜାର ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି । ପ୍ରୟାଗରାଜର ପାଖାପାଖି ଅଞ୍ଚଳ ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି । ସବୁଠୁ ଖରାପ ଅବସ୍ଥା ଚାନ୍ଦପୁର ସଲେରୀ ଇଲାକାର ସାମ୍ନାକୁ ଆସିଛି । ଏଠାରେ ଲୋକମାନେ ଡଙ୍ଗାରେ ଯିବା ଆସିବା କରୁଛନ୍ତି ।

floods
pc: aajtak

ବାରଣାସୀରେ ଗଙ୍ଗାନଦୀ ରୌଦ୍ର ରୂପ ଧାରଣ କରିଛି । ଜଳସ୍ତର ବୃଦ୍ଧି ପାଇଁ ସମସ୍ତ ଅଞ୍ଚଳକୁ ମାଡ଼ି ଯାଇଛି । ଏହାର ପ୍ରଭାବ ପାଟନାରେ ମଧ୍ୟ ଦେଖିବାକୁ ମିଳିଛି । ଦିଆରାର ଅନେକ ସ୍ଥାନ ପାଣି ମଧ୍ୟରେ ବୁଡ଼ି ରହିଛି । ୬ ପଞ୍ଚାୟତର ମୁଖ୍ୟାଳୟକୁ ଯିବା ପାଇଁ ରାସ୍ତା ବିଗିଡ଼ିଯାଇଛି । ଅନ୍ୟପକ୍ଷରେ ମହାରାଷ୍ଟ୍ରର ରାୟଗଢ଼ ଅଞ୍ଚଳର ମହାଡ଼ ତହସିଲରେ ଜୁଲାଇରେ ମୁସଳଧାରାରେ ବର୍ଷା ହେବା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୧୦୦ ପାଖାପାଖି ଘର ସମ୍ପୁର୍ଣ୍ଣ ବୁଡ଼ିଯାଇଥିବା ବେଳେ ୯,୬୪୯ ଘର ଆଂଶିକ ଭାବେ ବୁଡ଼ି ରହିଛି । ଅନେକ କିଛି କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରଶାସନ ତରଫରୁ ଲୋକଙ୍କୁ ସୁବିଧା ଯୋଗାଇ ଦିଆଯାଉଥିବାର ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.