କ୍ରିପ୍ଟୋ କରେନ୍ସି ଠକେଇ ଗ୍ୟାଙ୍ଗର ପର୍ଦାଫାସ, ୭ ଗିରଫ

ବଲାଙ୍ଗିର ପୋଲିସକୁ ମିଳିଛି ବଡ ସଫଳତା | କ୍ରିପ୍ଟୋ କରେନ୍ସି ଗ୍ୟାଙ୍ଗର ପର୍ଦାଫାସ କରିଛି ବଲାଙ୍ଗିର ପୋଲିସ | ବଲାଙ୍ଗିର ସୁଦପଡାରେ ଚାଲିଥିଲା ଅଫିସ |  ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ମେହେର ସମେତ ୭ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ପୋଲିସ |

ବଲାଙ୍ଗିର : ବଲାଙ୍ଗିର ପୋଲିସକୁ ମିଳିଛି ବଡ ସଫଳତା | କ୍ରିପ୍ଟୋ କରେନ୍ସି ଗ୍ୟାଙ୍ଗର ପର୍ଦାଫାସ କରିଛି ବଲାଙ୍ଗିର ପୋଲିସ | ବଲାଙ୍ଗିର ସୁଦପଡାରେ ଚାଲିଥିଲା ଅଫିସ |  ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ମେହେର ସମେତ ୭ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ପୋଲିସ | ଏହା ସହିତ ଦାମୀ ଗାଡି ଓ 8 ଲକ୍ଷ 34 ହଜାର ଟଙ୍କା ଜବତ ହୋଇଛି |

ଦେଶ ବିଦେଶରେ ଚଲାଇଥିଲେ କାରବାର | ଗ୍ରାହାକମାନଙ୍କୁ ଦୁବାଇ ଥାଇଲାଣ୍ଡ ବୁଲାଇନେବାର ପ୍ରଲୋଭନ ଦେଖାଇ ଚାଲିଥିଲା ଠକେଇ | ଏହା ସହିତ କୋଟି କୋଟି ଟଙ୍କାର ମାଲିକ ସାଜିଥିଲେ ପ୍ରଶାନ୍ତ | ଆଜି ୭ ଜଣ ଅଭିଯୁକ୍ତ ଗିରଫ ହେବା ପରେ ବଲାଙ୍ଗିର ଏସ.ପି ନିଷିକେଶ ଖିଲାରୀ ଏକ ସାମ୍ୱାଦିକ ସମ୍ମିଲନୀରେ ଏନେଇ ସୁଚନା ଦେଇଛନ୍ତି | କିପରି ଠକେଇ ଚାଲିଥିଲା, ଏନେଇ ବଲାଙ୍ଗିର ଏସପି ତଦନ୍ତ ଜାରି ରଖିଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.