ସମ୍ବଲପୁର ମଣ୍ଡଳ କାରାଗାରରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ମଣ୍ଡଳ କାରାଗାରରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ ଅଭିଯୋଗ। ଗତକାଲି ରାତିରେ ପରମେଶ୍ୱର ମଲ୍ଲିକ ନାମକ ଜଣେ କଏଦୀଙ୍କୁ ଜେଲରୁ ହଠାତ୍‌ ମେଡିକାଲକୁ ଆଣିଥିଲେ । ମେଡ଼ିକାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି କହିଛନ୍ତି ।

ଜେଲ ଭିତରେ ପରମେଶ୍ୱରଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପୁଅ ଅଭିଯୋଗ ଆଣିଛନ୍ତି । ଆଜି ସକାଳୁ ଟାଉନ ଥାନା ପୋଲିସ, ସାଇଣ୍ଟିଫିକ ଦଳ ଓ ଜେଲ୍‌ କର୍ମଚାରୀ ମେଡ଼ିକାଲରେ ମୃତଦେହର ତନ୍ନ ତନ୍ନ ଯାଞ୍ଚ କରିଛନ୍ତି । ପରମେଶ୍ୱର ୨୦୧୬ରୁ ଏକ ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇ ଜେଲରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.