Below header

ଓଡିଶା ନୃତ୍ୟ କଳାରେ ରଙ୍ଗେଇ ହେଲା କଟକର କାଳିଆ ବୋଦା ଫ୍ଲାଏ ଓଭର, ମନମୋହୁଛି ପାରମ୍ପରିକ ନୃତ୍ୟର ଛବି

କଟକ(କେନ୍ୟୁଜ୍): ନୂଆ ରୁପରେ ସଜେଇ ହୋଇଛି କଟକର କଳିଆ ବୋଦା ଫ୍ଳଏ  ଓଭର। ଓଭର ବ୍ରିଜକୁ ଦେଖିଲେ  ଲାଗୁଛି ସତେ ଯେମିତି ସେ ଆମ ପରମ୍ପରାର ଗାଥା କହୁଛି। ବ୍ରିଜର  ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଦେଖି ଯେ କେହିବି ବାଟୋଇ ଏହି ବ୍ରିଜ୍ ଦେଇ ଯାଉଛି କିଛି ସମୟ ପାଇଁ  ଅଟକି ଯାଉଛି ।

 

କାନ୍ଥରେ ଚିତ୍ରିତ ହୋଇଛି ଓଡିଶାର ପାରମ୍ପରିକ ବିଭିନ୍ନ ନୃତ୍ୟରୂପ ଯଥା ଘୋଡା ନାଚ, ପାଇକ ଆଖଡା, ଓଡ଼ିଶୀ ନୃତ୍ୟ ଇତ୍ୟାଦି।  ବିଭିନ୍ନ ପ୍ରକାର ମୁଦ୍ରାରେ ନର୍ତକୀମାନଙ୍କର ଛବି ବେଶ ବିମୋହିତ କରୁଛି ଦର୍ଶକଙ୍କୁ ।

ନୂଆ ନୂଆ ଏଭଳି ରଙ୍ଗିନ ପେଣ୍ଟିଙ୍ଗ୍  ଫ୍ଳାଏ ଓଭରକୁ ଆହୁରି ଅଧିକ ସୁନ୍ଦର କରିଦେଉଛି। ତେବେ ଏହି ଭଳି କଟକ ସହରର ଅନ୍ୟ ଫ୍ଲାଏ ଓଭରକୁ କଲରଫୁଲ କରାଯିବ ବୋଲି ସିଏମସି ତରଫରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.