କଟକ: ନିରାଡ଼ମ୍ବର ଭାବେ ପାଳିତ ହେଲା ଆଦର୍ଶ ଗ୍ରାମ କଲରାବାଙ୍କ ହାଇସ୍କୁଲର ୨୩ତମ ପ୍ରତିଷ୍ଠା ଦିବସ

କେନ୍ୟୁଜ୍(ବ୍ୟୁରୋ):  କଟକ ଜିଲ୍ଲାର ଆଦର୍ଶ ଗ୍ରାମ କଲରାବାଙ୍କ ହାଇସ୍କୁଲର ୨୩ତମ ପ୍ରତିଷ୍ଠା ଦିବସ ନିରାଡ଼ମ୍ବର ଭାବେ ପାଳନ ହୋଇଛି। ଗ୍ରାମର ପ୍ରଥମ ସ୍କୁଲ ଭାବେ ପ୍ରତିଷ୍ଠା ଲାଭ କରିଥିବା ଏହି ସ୍କୁଲ ଗତ ୧୫ ବର୍ଷ ଧରି ଶତପ୍ରତିଶତ ରେଜଲଟ ଦେଇ ଆସୁଛି। ସ୍ମାର୍ଟ ଗାଁର ଲକ୍ଷ୍ୟ ନେଇ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ପ୍ରଥମେ ମାଆ ନୀଳିମାରାଣୀଙ୍କ ପ୍ରେରଣା କ୍ରମେ ଏହି ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଆଜି ଏହାର ପ୍ରତିଷ୍ଠା ଦିବସରେ ସାଂସଦ ତଥା ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କଲରାବାଙ୍କରେ ପହଞ୍ଚି ସ୍କୁଲର ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

kalarabanka1

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ପରିଚାଳନା କମିଟିର ସଭାପତି ଡକ୍ଟର ଇତି ସାମନ୍ତ, ଅନ୍ତର୍ଯ୍ୟାମୀ ସାମନ୍ତ, ପ୍ରଧାନଶିକ୍ଷକ ନାରାୟଣ ପରିଡ଼ା, ଇଂଲିସ ମିଡିୟମ ସ୍କୁଲର ପ୍ରିନସିପାଲ ରାମକୃଷ୍ଣ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, କର୍ମକର୍ତ୍ତାଙ୍କୁ ମିଷ୍ଠାନ୍ନ ବଣ୍ଟନ କରି ଅଭିନନ୍ଦନ ଜଣାଇଥିଲେ। କରୋନା କଟକଣା ଯୋଗୁଁ ସ୍କୁଲର ପ୍ରତିଷ୍ଠା ଦିବସ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.