Below header

ହୁଓ୍ଵାଓ୍ଵ ଏବଂ ଟିକ୍‌ଟକ୍‌ ଭଳି କମ୍ପାନୀକୁ ବ୍ୟାନ୍‌ ପରେ ବିଚଳିତ ଚୀନ୍‌ , କହିଲା ସାରା ଦୁନିଆକୁ ଏଥିପାଇଁ ଭୋଗିବାକୁ ପଡ଼ିବ

ବେଜିଂ : ହୁଓ୍ଵାଓ୍ଵ ଏବଂ ଟିକ୍‌ଟକ୍‌ ଭଳି ଚୀନ୍‌ କମ୍ପାନୀ ବିରୋଧରେ ସାରା ବିଶ୍ୱରେ ଆରମ୍ଭ ହୋଇଥିବା କାର୍ଯ୍ୟାନୁଷ୍ଠାନ ଦେଖି ଚୀନ୍‌ ବିଚଳିତ ହୋଇପଡ଼ିଛି । ଚୀନ୍‌ କମ୍ପାନୀ ବ୍ୟାନ ପରେ ପ୍ରତିକ୍ରିୟା ପ୍ରକାଶ କରି ଚୀନ୍‌ କହିଛି ଯେ ସେ ତା’ ଦେଶର କମ୍ପାନୀ ସ୍ୱାର୍ଥ ରକ୍ଷା ପାଇଁ ଆବଶ୍ୟକ ଜରୁରୀ ପଦକ୍ଷେପ ନେବ । ହେଲେ ଏଥିରେ ଷଡ଼ଯନ୍ତ୍ର କରୁଥିବା ଦେଶ ବିରୋଧରେ ମଧ୍ୟ ଉଚିତ୍‌ ପଦକ୍ଷେପ ନେବ ବୋଲି ଚୀନ୍‌ ଧମକ ଦେଇଛି ।

tik tok ban.JPG-1

ବିଶେଷ କରି ଆମେରିକା, ଅଷ୍ଟ୍ରେଲିଆ, ବ୍ରିଟେନ୍‌ ଓ ଭାରତକୁ ଇସାରା କରି ଚୀନ୍‌ କହିଛି ଯେ ଯେଉଁ ମିଥ୍ୟା ଖବର ଏମାନେ ଚଳାଇଛନ୍ତି ଏଥିପାଇଁ ସାରା ବିଶ୍ୱକୁ ମୂଲ୍ୟ ଦେବାକୁ ପଡ଼ିବ । ବ୍ରିଟେନ୍‌ରେ ‘ହୁଓ୍ଵାଓ୍ଵ’ କମ୍ପାନୀକୁ ୫ଜି ପ୍ରୋଜେକ୍ଟରୁ ବ୍ୟାନ୍‌ କରିଛି । ଏଥି ସହ ଆମେରିକା ମଧ୍ୟ ଧମକ ଦେଇଛି ଯେ ଯଦି ଚୀନ୍‌ ସିନ୍‌ଜିଆଙ୍ଗ୍‌ରେ ମୁସ୍‌ଲିମ୍‌ ସମୁଦାୟକୁ ପ୍ରତାଡିତ କରେ ତେବେ ତାକୁ ଆଇନଗତ ଅସୁବିଧାର ସାମ୍‌ନା କରିବାକୁ ପଡିବ । ଖାଲି ସେତିକି ନୁହେଁ ହିନ୍ଦ ଓ ଆରବ ସାଗରରେ ମଧ୍ୟ ଆମେରିକା ଚୀନ୍‌କୁ ଘେରିବା ଆରମ୍ଭ କରିଛି ।

tik tok ban

ଆମେରିକା ସରକାର ଚୀନ୍‌ ମାମଲାରେ ହସ୍ତକ୍ଷେପ କରି ଚୀନ୍‌ କମ୍ପାନୀକୁ ଦମନ କରିବାକୁ ଚାହୁଁଛି ବୋଲି ଚୀନ୍‌ ବାଣିଜ୍ୟ ମନ୍ତ୍ରଣାଳୟ ଅଭିଯୋଗ କରିଛି । ଚୀନ୍‌ ଆହୁରି କହିଛି ଯେ ଚୀନ୍‌ ବିରୋଧରେ ଯିବା କେବଳ ଆମେରିକା ନୁହେଁ ସାରା ଦୁନିଆକୁ ଅସୁବିଧା ଭୋଗ କରିବାକୁ ପଡ଼ିବ । ଚୀନ୍‌ ଆହୁରି ମଧ୍ୟ କଡ଼ା ଶବ୍ଦରେ କହିଛି ଯେ ଆମେରିକାର ତା’ର ଖରାପ ପ୍ରକୃତି ଛାଡୁ ନଚେତ୍‌ ଏଥିପାଇଁ ତାକୁ ବହୁମୂଲ୍ୟ ଦେବାକୁ ପଡ଼ିବ ।

ଚୀନ୍‌ ମୁସ୍‌ଲିମ୍‌ ଅଳ୍ପ ସଂଖ୍ୟକ ସମୁଦାୟର ୧୦ ଲକ୍ଷ ବା ଅଧିକ ଲୋକଙ୍କୁ ନଜର ବନ୍ଦୀ କରି ରଖିଛି । ହେଲେ ଚୀନ୍‌ ସରକାର ଏହାକୁ ବ୍ୟବସାୟୀକ ପ୍ରଶିକ୍ଷଣ କେନ୍ଦ୍ର କହୁଛି । ଚୀନ୍‌ ଉପରେ ବିଭିନ୍ନ ଦେଶ ପକ୍ଷରୁ ଆରମ୍ଭ ହୋଇଥିବା କଟକଣାରେ ଚୀନ୍‌ ବିଚଳିତ ହୋଇଯାଇ ଏପରି ବୟାନବାଜି ଆରମ୍ଭ କରିଦେଇଛି । ପ୍ରକାଶଯୋଗ୍ୟ ଯେ ଟିକ୍‌ଟକ୍‌ ଭଲି ବହୁ ଚାଇନା ଆପ୍‌କୁ ଭାରତ ବ୍ୟାନ୍‌ କରିବା ପରେ ଅଷ୍ଟ୍ରେଲିଆ ଓ ଆମେରିକା ମଧ୍ୟ ଏହାକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.