Below header

ମୁକେଶ ଅମ୍ବାନୀଙ୍କ ବଡ଼ ଘୋଷଣା, ଜିଓ ଆଉ ଗୁଗଲ ମିଶି ହଟାଇବେ କିପ୍ୟାଡ଼ ଫୋନ ଆଉ ଆଣିବେ ଶସ୍ତା ଆଣ୍ଡ୍ରଏଡ଼ ସ୍ମାର୍ଟଫୋନ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL)ର 43ତମ ଏଜିଏମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ 2G ମୁକ୍ତ(2G MUKT) ପାଇଁ ଘୋଷଣା କରିଛନ୍ତି ।ଏହି ଘୋଷଣା ଅନୁଯାୟୀ ଜିଓ ଗୁଗୁଲ ସହିତ ଶସ୍ତା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଲଞ୍ଚ କରିବ। ଏହା ଅଧୀନରେ ସମସ୍ତ 2G ଫିଚର ଫୋନ୍ ବ୍ୟବହାରକାରୀଙ୍କୁ ସ୍ମାର୍ଟଫୋନରେ ଆଣିବା ପାଇଁ ଏକ ପ୍ରୟାସ କରାଯିବ । ସୂଚନା ଅନୁଯାୟୀ ନିକଟରେ ଗୁଗୁଲ ଭାରତରେ ଡିଜିଟାଲ ଇଣ୍ଡିଆ ପାଇଁ 75,000 କୋଟି ନିବେଶ କରିବାକୁ ଘୋଷଣା କରିଥିଲା ।

ଏଜିଏମ୍‌ରେ ଅମ୍ବାନୀ କହିଛନ୍ତି ଯେ କମ୍ପାନୀ ଏକ 5G ନେଟୱାର୍କ ବିକଶିତ କରିଛି, ଯାହା ଦୁନିଆର ସର୍ବୋତ୍ତମ 5G ନେଟୱାର୍କ ଅଟେ। ଜିଓ ଦାବି କରିଛି ଯେ ଏହାର 5G ନେଟୱାର୍କ ସଂପୂର୍ଣ୍ଣ ଭାବରେ ଘରୋଇ ଉପକରଣକୁ ନେଇ ଗଠିତ । ଏଥିପାଇଁ 20ରୁ ଅଧିକ ଷ୍ଟାର୍ଟଅପର ସହାୟତା ନିଆଯାଇଛି । ଅମ୍ବାନୀ କହିଛନ୍ତି ଯେ ଗୁଗୁଲ, ଜିଓରେ 33,737 କୋଟି ଟଙ୍କା ବିନିଯୋଗ କରିଛି ଯାହା ବଦଳରେ ସେ 7.7 ପ୍ରତିଶତ ଅଂଶଧନ ପାଇବ ।

ତେବେ ରିଲାଏନ୍ସ ଏଜିଏମରେ ଜିଓ ଗ୍ଲାସ୍ ମଧ୍ୟ ଘୋଷଣା କରିଛି ଯାହାକି ଏକ ମିକ୍ସଡ ରିଅଲିଟି ଗ୍ଲାସ୍ । ଜିଓ ଗ୍ଲାସ୍ ହେଉଛି ଏକ ସ୍ମାର୍ଟ ଗ୍ଲାସ୍ ଯାହା ଉଭୟ ଇଣ୍ଟରନେଟ ସ୍ପିକର ଏବଂ ମାଇକ ଦୁଇଟିକୁ ସପୋର୍ଟ କରେ । ଜିଓ ଗ୍ଲାସରେ ଆପଣ କଲ ମଧ୍ୟ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.