ଟ୍ରକ୍‌ରୁ ଛିଟିକି କାର ଉପରେ ପଡ଼ିଲା ବିରାଟ ପଥର, ଭାଗ୍ୟକୁ ପରିସ୍ରା କରିବାକୁ ବାହାରକୁ ଯାଇଥିଲେ ଡ୍ରାଇଭର; ଦେଖନ୍ତୁ ଭିଡିଓ

କଥାରେ ଅଛି ‘ରଖେ ହରି ତ ମାରେ କିଏ?’ ଅର୍ଥାତ୍‌ ଯଦି ଭଗବାନଙ୍କ ଆର୍ଶୀବାଦ ଥିବ ତେବେ କେହି ଯେତେ ଚାହିଁଲେ ବି ତୁମର କିଛି କ୍ଷତି କରିପାରିବେ ନାହିଁ। ଏହି ରୁଢ଼ିଟି ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ସେୟାର କରିଥିବା ଏକ ଭିଡିଓରେ ସତ ହୋଇଥିବା ଦେଖିବାକୁ ମିଳିଛି। ବୋଥ୍ରା ସୋସିଆଲ ମିଡିଆରେ ପ୍ରାୟତଃ କିଛି ନା କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ସେୟାର କରିଥାନ୍ତି। ଏବେ ମଧ୍ୟ ସେ ସେଭଳି ଏକ ଭିଡିଓ ସେୟାର କରିଛନ୍ତି ଯାହାକୁ ଦେଖିଲେ ଆପଣ ବି ଟିକେ ସମୟ ଚାହିଁ ରହିବେ। ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ କାର ଉପରେ ଏକ ବଡ଼ ପଥର ପଡ଼ୁଛି। ପଥର ପଡ଼ିବା ପରେ କାରଟି ଚେପା ହୋଇଯାଉଛି ମାତ୍ର ସୌଭାଗ୍ୟବଶତଃ ଡ୍ରାଇଭରଙ୍କ ଜୀବନ ବଞ୍ଚିଯାଇଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି କାରକୁ ରାସ୍ତା କଡ଼ରେ ପାର୍କିଂ କରି ପରିସ୍ରା କରିବାକୁ ଯାଇଛନ୍ତି। ଏହି ସମୟରେ ସେହି ରାସ୍ତା ଦେଇ ଏକ ଟ୍ରକ ଅତିକ୍ରମ କରୁଛି। ଟ୍ରକ ଯିବା ବେଳେ ସେଥିରେ ଥିବା ଏକ ବଡ଼ ପଥର କାର ଉପରକୁ ଛିଟିକି ପଡ଼ୁଛି। ପଥର ପଡ଼ିବା ଯୋଗୁ କାରଟି ସମ୍ପୂର୍ଣ୍ଣରୂପେ ଚେପା ହୋଇଯାଉଛି। କିନ୍ତୁ ସୌଭାଗ୍ୟବଶତଃ ଡ୍ରାଇଭର ବାହାରେ ଥିବାରୁ ତାଙ୍କ ଜୀବନ ବଞ୍ଚିଯାଇଛି। ତେବେ ଭିଡିଓଟି ସେୟାର କରି ଅରୁଣ ବୋଥ୍ରା କ୍ୟାପସନ୍‌ରେ ଲେଖିଛନ୍ତି ‘ଲକି ନା ଅନ୍‌ଲକି?’

Crime Branch IG Arun Bothra new CRUT MD - OrissaPOST

ବୋଥ୍ରାଙ୍କ ଏହି ଭିଡିଓରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି। କିଛି ଲୋକ କାର ଭାଙ୍ଗିଯାଇଥିବାରୁ ବ୍ୟକ୍ତିଙ୍କୁ ଅନ୍‌ଲକି କହିଥିବା ବେଳେ ଆଉ କିଛି ଜୀବନ ବଞ୍ଚିଯାଇଥିବାରୁ ଲକି ବୋଲି କହିଛନ୍ତି। ଜୁଲାଇ ୧୪ରେ ସେୟାର କରାଯାଇଥିବା ଏହି ଭିଡିଓଟିକୁ ଏବେ ଯାଏଁ ୩୫ ହଜାର ଥର ଦେଖା ସରିଲାଣି। ଏଥିରେ ୨ ହଜାର ଲାଇକ ମିଳିଥିବା ବେଳେ ୬୦୦ରୁ ଊର୍ଦ୍ଧ୍ୱ ଲୋକ କମେଣ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.