ଆଲାର୍ମ ଟ୍ୟୁନରେ ଏମିତି ଅନ୍ଦାଜରେ ନାଚୁଛି ପକ୍ଷୀ, ଭିଡିଓ ଦେଖି ଆପଣ ବି ଶିଖି ନିଅନ୍ତୁ ଡ୍ୟାନ୍ସ ଷ୍ଟେପ

ଲୋକମାନେ ସକାଳୁ ଉଠିବା, ମିଟିଙ୍ଗ, ସାଙ୍ଗମାନଙ୍କ ସହିତ କଫି ପିଇବା ଇତ୍ୟାଦି ଅନେକ କାର୍ଯ୍ୟ ପାଇଁ ନିଜ ମୋବାଇଲରେ ଆଲାର୍ମ ସେଟ କରିଥାନ୍ତି । କେବଳ ଏତିକି ନୁହେଁ, କିଛି ଲୋକ ଆଲାର୍ମ ଅନୁଯାୟୀ ସେମାନଙ୍କର ଦିନ ମଧ୍ୟ ନିର୍ଦ୍ଧାରଣ କରନ୍ତି । ସେସବୁ ତ ଠିକ ଅଛି କିନ୍ତୁ କେବେ ଆପଣ ଆଲାରାମର ଭିନ୍ନ ଭିନ୍ନ ରିଙ୍ଗରେ ଭିନ୍ନ ଭିନ୍ନ ପ୍ରକାରର ଡ୍ୟାନ୍ସ କରିଛନ୍ତି କି? ବୋଧହୁଏ ଆପଣ କରିନାହାଁନ୍ତି କିନ୍ତୁ ଏକ ଛୋଟ ପକ୍ଷୀ ଏପରି କରିଛି ।

ଏହି ପକ୍ଷୀର ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଆମେରିକାର ପୂର୍ବତନ ବାସ୍କେଟବଲ ଖେଳାଳି ରେକ୍ସ ଚାପମ୍ୟାନ ଟ୍ୱିଟରରେ ସେୟାର କରିଛନ୍ତି। ରେକ୍ସ ଏହି ଭିଡିଓକୁ 15 ଜୁଲାଇରେ ସେୟାର କରିଥିଲେ । ତେବେ ଯିଏ ଏହି ଭିଡିଓ ଦେଖୁଛି, ତାଙ୍କ ମୁହଁରେ ଏକ ସୁନ୍ଦର ହସ ଫୁଟୁଛି । ଡେରି କାହିଁକି ଆପଣ ବି ଏହି ଭିଡିଓ ଦେଖନ୍ତୁ ।


ଏହି ଭିଡିଓରେ ଆପଣ ଏକ ମୋବାଇଲ୍ ଏବଂ ଆଉ ଏକ ସୁନ୍ଦର ଛୋଟ ପକ୍ଷୀ ଦେଖିଥିବେ । ଏହା ଦେଖି ଲାଗୁଛି ଜଣେ ବ୍ୟକ୍ତି ମୋବାଇଲ୍ ଅପ୍ରେତ କରୁଛନ୍ତି , ଯେଭଳି ଭାବେ ବ୍ୟକ୍ତିଜଣକ ନିଜ ମୋବାଇଲରେ ଆଲାର୍ମ ବଜାଉଛନ୍ତି ସେହିପରି ଭାବେ ପକ୍ଷୀଟି ଡ୍ୟାନ୍ସ କରୁଛି । ଲୋକମାନେ ଏହି ଭିଡିଓ ଦେଖିବା ପରେ ଅନେକ ପ୍ରକାରର କମେଣ୍ଟ ମଧ୍ୟ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.