ହଠାତ୍‌ ମୋବାଇଲ୍‌କୁ ଆସିଲା ମେସେଜ୍‌, ବିନା ଓଟିିପିରେ ଆକାଉଣ୍ଟରୁ ଗାଏବ୍‌ ହେଲା ଟଙ୍କା

ଯୁବକଙ୍କ ଆକାଉଣ୍ଟରୁ ଗାଏବ୍‌ ହେଲା ଟଙ୍କା । ହଠାତ୍‌ ମୋବାଇଲ୍‌କୁ ଆସିଲା ମେସେଜ୍‌ । ବିନା ଓଟିିପିରେ ଆକାଉଣ୍ଟରୁ ଗାଏବ୍‌ ହେଲା ଟଙ୍କା । ଥରକେ କଟିଲା ୨୦ ହଜାର ଦ୍ୱିତୀୟରେ ୫୦ ହଜାର୍‌ । ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଭିଯୋଗକାରୀ ।

ଯାଜପୁର : ଯୁବକଙ୍କ ଆକାଉଣ୍ଟରୁ ଗାଏବ୍‌ ହେଲା ଟଙ୍କା । ହଠାତ୍‌ ମୋବାଇଲ୍‌କୁ ଆସିଲା ମେସେଜ୍‌ । ବିନା ଓଟିିପିରେ ଆକାଉଣ୍ଟରୁ ଗାଏବ୍‌ ହେଲା ଟଙ୍କା । ଥରକେ କଟିଲା ୨୦ ହଜାର ଦ୍ୱିତୀୟରେ ୫୦ ହଜାର୍‌ । ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଭିଯୋଗକାରୀ ।

ଅଫିସ୍‌ରେ କାମ କରୁଥିଲେ ଯୁବକ ଜଣକ ହଠାତ୍‌ ମୋବାଇଲ୍‌କୁ ଆସିଥିଲା ମେସେଜ୍‌ । ସେ ପୁଣି ବ୍ୟାଙ୍କ୍‌ ଆକାଉଣ୍ଟରୁ ଟଙ୍କା ଡେବିଟ୍‌ ହୋଇଥିବାର ମେସେଜ୍‌। ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯୁବକ ଜଣକ । ସେ କିଛି ବୁଝିବା ପୂର୍ବରୁ ତାଙ୍କ ଆକାଉଣ୍ଟରୁ କଟିଯାଇଥିଲା ୨୦ ହଜାର ଟଙ୍କା। ଖାଲି ଏତିକିରେ କଥା ସରି ନଥିଲା କିଛି ସମୟ ପରେ ପୁଣି ଥରେ ଆସିଥିଲା ମେସେଜ୍‌ । ଆଉ ପୁଣି ଆକାଉଣ୍ଟରୁ କଟିଥିଲା ଟଙ୍କା । ଏହା ଦେଖି ହତବାକ୍‌ ହୋଇଗଲେ ଯୁବକ ଜଣକ । ସଙ୍ଗେ ସଙ୍ଗେ ବ୍ୟାଙ୍କ ମ୍ୟାନେଜରରଙ୍କ ସହ ପରାମର୍ଶ କରି ବ୍ୟାଙ୍କ ଆକାଉଣ୍ଟକୁ ହୋଲ୍ଡ କରିଥିଲେ । ତେବେ ଏଭଳି ଘଟଣା ଯାଜପୁର ଜିଲ୍ଲାରୁ ସାମ୍ନାକୁ ଆସିଛି । ସାଇବର ଠକ ଯୁବ ବ୍ୟବସାୟୀଙ୍କ ଠାରୁ ଠକି ନେଇଛନ୍ତି ୫୦ ହଜାର ଟଙ୍କା। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରୁ।

ସୂଚନା ମୁତାବକ, ଜାରକା ଅଞ୍ଚଳର ଯୁବ ବ୍ୟବସାୟୀ ସୁଫନ୍ ପାଣି ସାଇବର ଠକେଇର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଗତ ୨୦ ତାରିଖରେ ଜାରକାସ୍ଥିତ ବନ୍ଧନ ବ୍ୟାଙ୍କରେ ରହିଥିବା ତାଙ୍କ ଏକାଉଣ୍ଟରୁ ଅଚାନକ ୩୦ ହଜାର ଓ କିଛି ସମୟ ପରେ ୨୦ ହଜାର ମୋଟ ୫୦ ହଜାର ଟଙ୍କା ଉଠାଣ ହୋଇଥିବା ସେ ଅଭିଯୋଗ ଆଣିଛନ୍ତି । ସକାଳ ପ୍ରାୟ ୧୦.୩୦ ହେବ ତାଙ୍କ ମୋବାଇଲ୍‌କୁ ଆସିଥିଲା ମେସେଜ । ସାଇବର ଠକ ବିନା ଓଟିପିରେ ତାଙ୍କ ଏକାଉଣ୍ଟ୍ ହ୍ୟାକ କରି ଲୁଟିନେଲେ ଟଙ୍କା । ପରେ ସେ ବ୍ୟାଙ୍କ ଯାଇ ଏକାଉଣ୍ଟକୁ ବନ୍ଦ କରିଥିଲେ। ତେବେ ସାଇବର ଠକ ଫ୍ଲିପକାର୍ଟରେ ଗିଫ୍ଟ ଭାଉଚର୍ କିଣି ଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସୁଫନ୍‌ ଥାନାରେ ଏତଲା ଦେଇଥିଲେ। ହେଲେ ତାଙ୍କ ଏତଲାକୁ ୨୪ ଘଣ୍ଟା ମଧ୍ୟରେ ରୁଜୁ କରାଯାଇନଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏତଲା ରୁଜୁ କରିବା ବିଳମ୍ବ ଯୋଗୁଁ ସାଇବର କ୍ରାଇମର ଦ୍ବାରସ୍ଥ ହୋଇ ପାରିନାହାଁନ୍ତି । ଏନେଇ ସେ ଓଡ଼ିଶା ପୁଲିସ ଏବଂ ଯାଜପୁର ଆରକ୍ଷୀ ଅଧିକ୍ଷକଙ୍କୁ ଟୁଇଟ ଯୋଗେ ଅବଗତ କରାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.