ଝୁରୁଛନ୍ତି ଦେଶବାସୀ, ୨୮ ବର୍ଷ ବୟସରେ ଏନ୍‌କାଉଣ୍ଟରରେ ସହିଦ୍‌ ହୋଇଗଲେ କ୍ୟାପଟେନ୍‌ ଏମ୍‌ ଭି ପ୍ରାଞ୍ଜଲ

୨୮ ବର୍ଷ ବୟସରେ ଏନ୍‌କାଉଣ୍ଟରରେ ସହିଦ୍‌ ହୋଇଗଲେ କ୍ୟାପଟେନ୍‌ ଏମ୍‌ ଭି ପ୍ରାଞ୍ଜଲ

ଜମ୍ମୁକାଶ୍ମୀର : ଯୁଦ୍ଧକ୍ଷେତ୍ରକୁ ଯିବା ପୂର୍ବରୁ ପତ୍ନୀଙ୍କ ସହ ଶେଷ ଥର ପାଇଁ କଥା ହୋଇଥିଲେ ସହିଦ୍‌ କ୍ୟାପଟେନ୍‌ ପ୍ରାଞ୍ଜଲ । କୋହଭରା କଣ୍ଠରେ କହିଥିଲେ ଅଦିତି ମୁଁ ଏକ ଅପରେସନ୍‌ରେ ଯାଉଛି । ସେଠାରୁ ଫେରିଲେ ମୁଁ ତୁମକୁ କଲ୍‌ କି ମେସେଜ ନିଶ୍ଚୟ କରିବି । ତୁମେ ମୋ କଲ୍‌ କୁ ଅପେକ୍ଷା କରିବ। ଅଦିତି ମଧ୍ୟ ସ୍ୱାମୀଙ୍କର ସେହି ଫୋନ୍‌ କଲ୍‌କୁ ଅପେକ୍ଷା କରି ରହିଥିଲେ । ଏହାରି ଭିତରେ ବିତିଗଲା ୪/ ୫ ଦିନ । ହେଲେ ସ୍ୱାମୀଙ୍କର କଲ୍‌ ଆସିନଥିଲା । କିନ୍ତୁ ହଠାତ୍‌ ବାଜିଥିଲା ଫୋନ୍‌ ଏହା ଦେଖି ଫୋନ୍‌ ନିକଟକୁ ଧାଇଁ ଯାଇଥିଲେ ପୂରା ପରିବାର ।

ସ୍ତ୍ରୀ ଅଦିତି ମଧ୍ୟ ସ୍ୱାମୀଙ୍କ ଫୋନ୍‌ ଆସିଥିବ ଭାବି ବେଶ୍‌ ଖୁସି ହୋଇଯାଇଥିଲେ କିନ୍ତୁ ସେହି କଲ୍‌ଟି କମାଣ୍ଡ ସେଣ୍ଟରରୁ ଆସିଥିଲା ସେ ପୁଣି କ୍ୟାପଟେନ୍‌ ଏମ୍‌ ଭି ପ୍ରାଞ୍ଜଲଙ୍କ ସହିଦ୍‌ ହୋଇଥିବା ଖବର ନେଇ । ଆଉ କ୍ଷଣକ ମଧ୍ୟରେ ଖୁସିର ପରିବାରରେ ଦୁଃଖର କଳା ବାଦଲ ଘୋଟି ଯାଇଥିଲା । ଏହି ଖବର ଶୁଣିବା କ୍ଷଣି ପୂରା ପରିବାର ପାଦ ତଳୁ ମାଟି ଖସି ଯାଇଥିଲା । ପ୍ରାଞ୍ଜଲଙ୍କ ବାପା ଏହି ଖବର ଶୁଣିବା ପରେ ସ୍ତବ୍ଧ ହୋଇଯାଇଥିବା ବେଳେ ମା ମଧ୍ୟ ଛାତି ଫଟାଇ କାନ୍ଦିବାକୁ ଲାଗିଥିଲେ । ଆଉ ସ୍ତ୍ରୀ ଅଦିତି ଶଶ୍ୱରଙ୍କଠାର ୁ ସ୍ୱାମୀଙ୍କ ସହିଦ୍‌ ଖବର ଶୁଣିବା ପରେ ନିଜ ଉପରେ ନିୟନ୍ତ୍ରଣ ହରାଇ ଚେତାଶୂନ୍ୟ ହୋଇଯାଇଥିଲେ ।

ଆମେ କହୁଛୁ ଜାମ୍ମୁ କାଶ୍ମୀରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ୍‌ ହୋଇଥିବା କ୍ୟାପଟେନ୍‌ ପ୍ରାଞ୍ଜଲଙ୍କ କଥା । ଯିଏ ଆତଙ୍କବାଦୀ ସହ ଲଢ଼ୁ ଲଢ଼ୁ ଦେଶ ପାଇଁ ଜୀବନ ବଳିଦାନ ଦେଇ ଅମର ହୋଇଯାଇଛନ୍ତି ଆମ ଲଢ଼ୁଆ ବୀରପୁଅ । ଏମ.ଭି ପ୍ରାଞ୍ଜଲ ମାଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିଲେ। ହେଲେ ୨୮ବର୍ଷ ବୟସରେ ଦେଶ ପାଇଁ ସହିଦ୍‌ ହୋଇଗଲେ । କର୍ଣ୍ଣାଟକର ମଇଶୁରରେ ତାଙ୍କର ପୂରା ପରିବାର ରୁହନ୍ତି । ସେ ମାଙ୍ଗାଲୋର ରିଫାଇନାରୀ ଏବଂ ପେଟ୍ରୋକେମିକାଲ୍ସ ଲିମିଟେଡ (ଏମଆରପିଏଲ) ର ପୂର୍ବତନ ନିର୍ଦ୍ଦେଶକ ଭେଙ୍କଟେଶ ଏବଂ ଅନୁରାଧାଙ୍କ ଏକମାତ୍ର ପୁଅ ଥିଲେ। ପ୍ରାଞ୍ଜଲ ଜଣେ ସ୍କାଉଟ୍‌ ଛାତ୍ର ଥିବା ବେଳେ ଦକ୍ଷିଣ କନ୍ନଡ ଜିଲ୍ଲାର ସୁରତକଲରେ ଶିକ୍ଷା ଗ୍ରହଣ କରିଥିଲେ। ପରେ ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀରୁ ଇଞ୍ଜିନିୟରିଂ ସ୍ନାତକ ହାସଲ କରିଥିଲେ।

ତେବେ ସବୁଠାରୁ ବଡ଼ କଥା ହେଉଛି କ୍ୟାପେଟେନ୍‌ ଏମ୍‌ଭିଙ୍କ ବିବାହକୁ ମାତ୍ର ୨ ବର୍ଷ ହୋଇଛି । କାଶ୍ମୀର ଯିବା ପୂର୍ବରୁ ସେ ଅଦିତିଙ୍କୁ ବିବାହ କରିଥିଲେ । ଆଉ ବିବାହ ପରେ ପରେ ତାଙ୍କୁ କାଶ୍ମୀରରେ ନିଯୁକ୍ତି ମିଳିଥିଲା । ହେଲେ ବିବାହର ଦୁଇ ବର୍ଷ ନୁପୁରୁଣୁ ସହିଦ୍‌ ହୋଇଗଲେ କ୍ୟାପ୍‌ଟେନ୍‌ ଏମ୍‌ ଭି ପ୍ରାଞ୍ଜଲ ।

ତେବେ ତାଙ୍କ ବାପାଙ୍କ କହିବା ଅନୁଯାୟୀ,ଏମ୍‌ଭି ପ୍ରାଞ୍ଜଲ ଛୋଟବେଳୁ ଦେଶ ସେବା ପାଇଁ ତାଙ୍କର ଉତ୍ସୁକତା ରହିଥିଲା । ଆଉ ସେ ସେନାରେ ଯୋଗ ଦେବାକୁ ମନ ବଳାଇଥିଲେ ।୨ ବର୍ଷ ପୂର୍ବେ ତାଙ୍କୁ ରାଷ୍ଟ୍ରୀୟ ରାଇଫଲ୍ସରେ ତାଙ୍କୁ ନିଯୁକ୍ତି ମିଳିଥିଲା । ସେ କେମିକାଲ ଇଞ୍ଜିଂନିୟରିଂ ଛାଡ଼ି ସେନାରେ ଯୋଗ ଦେଇଥିଲେ ।