‘ଘୋଲ୍ ମାଛ’ ହେଲା ଗୁଜରାଟର ଷ୍ଟେଟ୍ ଫିଶ୍, ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ୧ କେଜିର ଦାମ୍ ଏତେ ଟଙ୍କା
ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟର ଲୋକ ମାଛ ଖାଇବାକୁ ଖୁବ୍ ପସନ୍ଦ କରନ୍ତି। ବଜାରରେ ବିଭିନ୍ନ ପ୍ରକାରର ମାଛ ଉପଲବ୍ଧ ହୋଇଥାଏ। ଲୋକେ ନିଜ ପସନ୍ଦ ଅନୁସାରେ ମାଛ ଖାଇବାକୁ ଭଲ ପାଆନ୍ତି। ଏହାରି ଭିତରେ ଗୁଜରାଟରୁ ଆସିଛି ମାଛକୁ ନେଇ ଏକ ବଡ଼ ଖବର। ଗୁଜରାଟ ‘ଘୋଲ୍’ ମାଛକୁ ରାଜ୍ୟ ମାଛ ଭାବେ ଘୋଷଣା କରିଛି।
![ghol](https://knewsodisha.com/wp-content/uploads/2023/11/ghol.jpg)
ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟର ଲୋକ ମାଛ ଖାଇବାକୁ ଖୁବ୍ ପସନ୍ଦ କରନ୍ତି। ବଜାରରେ ବିଭିନ୍ନ ପ୍ରକାରର ମାଛ ଉପଲବ୍ଧ ହୋଇଥାଏ। ଲୋକେ ନିଜ ପସନ୍ଦ ଅନୁସାରେ ମାଛ ଖାଇବାକୁ ଭଲ ପାଆନ୍ତି। ଏହାରି ଭିତରେ ଗୁଜରାଟରୁ ଆସିଛି ମାଛକୁ ନେଇ ଏକ ବଡ଼ ଖବର। ଗୁଜରାଟ ‘ଘୋଲ୍’ ମାଛକୁ ରାଜ୍ୟ ମାଛ ଭାବେ ଘୋଷଣା କରିଛି।
ଅହମ୍ମଦାବାଦରେ ଆୟୋଜିତ ‘ଗ୍ଲୋବାଲ ମତ୍ସ୍ୟ ସମ୍ମିଳନୀ ଇଣ୍ଡିଆ ୨୦୨୩’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏହା ଘୋଷଣା କରିଛନ୍ତି। ଘୋଲ୍ ମାଛ ଭାରତରେ ମିଳୁଥିବା ବଡ଼ ମାଛ ମଧ୍ୟରୁ ଅନ୍ୟତମ। ବିଶେଷ କରି, ଗୁଜରାଟ ଏବଂ ମହାରାଷ୍ଟ୍ରର ସାମୁଦ୍ରିକ ଅଞ୍ଚଳରେ ଏହି ମାଛ ଦେଖିବାକୁ ମିଳେ। ଘୋଲ୍ ମାଛ ସୁନେଲି-ବାଦାମୀ ରଙ୍ଗର ହୋଇଥାଏ।
ଜାତୀୟ ମତ୍ସ୍ୟ ବିକାଶ ବୋର୍ଡ (NFDB)ର ୱେବସାଇଟ୍ରେ ଏହା ବିଷୟରେ ସୂଚନା ଉପଲବ୍ଧ ରହିଛି। କୌଣସି ମାଛକୁ ‘ରାଜ୍ୟ ମାଛ’ ଭାବେ ଘୋଷଣା କରିବାର ଉଦ୍ଦେଶ୍ୟ ହେଉଛି, ସେହି ମାଛକୁ ରାଜ୍ୟ ପକ୍ଷରୁ ପୋଷ୍ୟ ରୂପେ ଗ୍ରହଣ କରିବା ତଥା ମାଛର ଜୈବ ବିବିଧତାକୁ ସଂରକ୍ଷଣ କରିବା। ଅର୍ଥାତ୍, କୌଣସି ବି କାରଣରୁ ମାଛର ପ୍ରଜାତି ଯେପରି ବିଲୁପ୍ତ ନ ହେବ, ସେଥିପ୍ରତି ଧ୍ୟାନ ଦେବା।
ସରକାରୀ ୱେବସାଇଟ୍ ମୁତାବକ, ୨୦୦୬ରେ ୧୬ଟି ରାଜ୍ୟର ଷ୍ଟେଟ୍ ଫିଶ୍ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହା ବିଷୟରେ ଅଧିକ ସୂଚନା କେନ୍ଦ୍ର ସମୁଦ୍ର ମତ୍ସ୍ୟ ଅନୁସନ୍ଧାନ ସଂସ୍ଥାନ (CMFRI) ର ୱେବସାଇଟ୍ରେ ରହିଛି। ଏହି ସଂସ୍ଥା ଭାରତରେ ସାମୁଦ୍ରିକ ମତ୍ସ୍ୟ ସମ୍ପଦର ଦେଖାଶୁଣା କରିଥାଏ। CMFRIର ୨୦୧୫ ରିପୋର୍ଟ ଅନୁଯାୟୀ, ଭାରତର ୧୭ଟି ରାଜ୍ୟ ଷ୍ଟେଟ୍ ଫିଶ୍ର ଘୋଷଣା କରିଛନ୍ତି। ଏବେ ଏହି ତାଲିକାରେ ଯୋଡ଼ି ହୋଇଛି ଗୁଜରାଟର ନାମ। ୧୭ଟି ରାଜ୍ୟ ୧୩ଟି ପ୍ରଜାତିର ମାଛକୁ ରାଜ୍ୟ ମାଛ ଭାବେ ଘୋଷଣା କରିଛନ୍ତି। ସେଥି ମଧ୍ୟରୁ ଦୁଇଟି ପ୍ରଜାତି ମାଛର ସଂଖ୍ୟା କ୍ରମାଗତ ଭାବରେ ହ୍ରାସ ପାଉଛି।
ଘୋଲ୍ ମାଛର ଲମ୍ବ ପାଖାପାଖି ଦେଢ଼ ମିଟର। ଏହା ଯେତେ ଅଧିକ ଲମ୍ବା ହେବ, ଏହାର ମୂଲ୍ୟ ସେତେ ଅଧିକ ହେବ। ମାଛର ମୂଲ୍ୟ କିଲୋଗ୍ରାମ ପିଛା ୫ ହଜାରରୁ ୧୫ ହଜାର ଟଙ୍କା ମଧ୍ୟରେ ରହିଥାଏ। ମାଛର ସର୍ବାଧିକ ଓଜନ ୨୫ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ। ଏହାର ଡ୍ରାଏ ଏୟାର ବ୍ଲାଡରର ମୂଲ୍ୟ ବହୁତ ଅଧିକ ଥାଏ। ରପ୍ତାନି ବଜାରରେ ଘୋଲ୍ ମାଛର ମୂଲ୍ୟ କିଲୋଗ୍ରାମ ପିଛା ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।