Below header

ଚନ୍ଦ୍ରଭାଗାରେ ଅସାନିର ପ୍ରଭାବ: ବଡ଼ ବଡ଼ ଲହଡ଼ି ଆସି ପିଟି ହେଉଛି କୂଳରେ, ତଳିଆ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର

ଗୋପ(କେନ୍ୟୁଜ): ଚନ୍ଦ୍ରଭାଗାରେ ସାମ୍ଭାବ୍ୟ ବାତ୍ୟା ଅସାନିର ପ୍ରଭାବ । ସମୁଦ୍ର ଅଶାନ୍ତ ରହିଛି । ମଝିରେ ମଝିରେ ବଡ଼ ବଡ଼ ଲହଡ଼ି ଆସି କୂଳରେ ପିଟି ହେଉଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ । ପ୍ରଶାସନ ତରଫରୁ ଚନ୍ଦ୍ରଭାଗା ନୋଳିଆସାହିର ବସ୍ତିବାସିନ୍ଦା ଓ ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।

କୋଣାର୍କ ଏନ୍‌ଏସି ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସମୁଦ୍ର କୂଳକୁ ନଯିବା ପାଇଁ ଲୋକଙ୍କୁ ସଜାଗ କରାଯାଉଛି । ମତ୍ସ୍ୟଜୀବୀମାନେ ମଧ୍ୟ ଜାଲ ଓ ଡ଼ଙ୍ଗାକୁ ସ୍ଥାନାନ୍ତର କରିବା ଆରମ୍ଭ କରି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.