ଏଡ଼େ ବଡ଼ ଅହିରାଜ ଆଗରୁ କେବେ ଦେଖିନଥିବେ! ୧୩ ଫୁଟିଆ ବିରାଟ ସାପକୁ ଧରିଲେ ବ୍ୟକ୍ତି

ସୋସିଆଲ ମିଡିଆରେ ପ୍ରାୟତଃ ଆମେ ଏମିତି ଅନେକ ଫଟୋ ଓ ଭିଡିଓ ଦେଖିଥାଉ, ଯାହା କଳ୍ପନା ବାହାରେ ଥାଏ। ବେଳେ ବେଳେ କିଛି ଜୀବଜନ୍ତୁଙ୍କ ଫଟୋ ଆଶ୍ଚର୍ଯ୍ୟ କରିଦିଏ ତ ଆଉ ବେଳେ ବେଳେ ମଣିଷର କାରନାମା ହତ ଚକିତ କରେ। ଏବେ ସୋସିଆଲ ମିଡିଆରେ ସେଭଳି ଏକ ସାପର ଫଟୋ ଖୁବ୍‌ ଭାଇରାଲ ହେଉଛି। ସାପର ଆକାର ଯୋଗୁ ତାହା ଚର୍ଚ୍ଚାରେ ରହିଛି। ଏହି ସାପକୁ ଆନ୍ଧ୍ର ପ୍ରଦେଶର ଜଣେ ଚାଷୀ ଉଦ୍ଧାର କରିଛନ୍ତି। ରବିବାର ଦିନ ସେ ସାପକୁ ଉଦ୍ଧାର କରିଥିବା ଜଣାଯାଇଛି।

ରିପୋର୍ଟ ମୁତାବକ, ସାପ ଉଦ୍ଧାର ହେବା ଖବର ଟ୍ଵିଟରରେ ଡିଡି ନ୍ୟୁଜ୍‌ ଆନ୍ଧ୍ର ଆକାଉଣ୍ଟରୁ ସେୟାର କରାଯାଇଛି। ଏହି ଫଟୋର କ୍ୟାପ୍‌ସନ୍‌ ତେଲୁଗୁରେ ଲେଖାଯାଇଛି। ଫଟୋର କ୍ୟାପସନ୍‌ରେ ଲେଖାଯାଇଛି- ରବିବାର ଏକ ୧୩ ଫୁଟିଆ ଲମ୍ବା ଅହିରାଜ ସାପ ସାଇଦା ରାଓ ନାମକ ଚାଷୀଙ୍କ ଜମିରେ ଲୁଚିଥିଲା। ସାପକୁ ବାହାର କରିବା ପାଇଁ ସେ ଉଦ୍ଧାରକାରୀ ଦଳ ଇଷ୍ଟର୍ଣ୍ଣ ଘାଟ ଓ୍ଵାଇର୍ଡ ସୋସାଇଟିର ସଦସ୍ୟ ଭେଙ୍କଟେଶଙ୍କୁ ଫୋନ୍‌ କରିଥିଲେ। ଖବର ପାଇ ଭେଙ୍କଟେଶ ପହଞ୍ଚି ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଧରାପଡ଼ିବା ପରେ ଜଣାପଡ଼ିଥିଲା ଯେ ଏହା ଏକ ଅହିରାଜ। ସାପ ଓ ଏହା ଆକାର ୧୩ ଫୁଟ୍‌। ସାପକୁ ସେ ଥଳିରେ ପୂରାଇ ଭାଣ୍ଟଲାମାମିଦି ଜଙ୍ଗଲରେ ଛାଡ଼ିଛନ୍ତି।

ସୂଚନାଯୋଗ୍ୟ ଯେ ଜୁଲାଇ ୨୦୨୦ରେ ତାମିଲନାଡ଼ୁ କୋଇମ୍ବାଟୁରର ନରସିପୁରମ୍‌ ଗାଁରେ ଏକ ୧୫ ଫୁଟିଆ କୋବ୍ରା ସାପ ଉଦ୍ଧାର ହୋଇଥିଲା। ବନ ବିଭାଗ ସାପକୁ ଧରି ସିରୁବାନୀ ଜଙ୍ଗଲରେ ଛାଡ଼ିଥିଲା। ପ୍ରକାଶ ଯେ ଭାରତରେ ପଶ୍ଚିମ ଅଞ୍ଚଳରେ ବହୁ ସଂଖ୍ୟାରେ ଅହିରାଜ ସାପ ଦେଖାଯାଆନ୍ତି।

Also Read: ଚାରିଧାମ ଯାତ୍ରାରେ ଅଘଟଣ: ୭ ଦିନରେ ଗଲାଣି ୨୦ ଜୀବନ; ଯାତ୍ରାକୁ ନ ଆସିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.