Below header

ଘୂର୍ଣ୍ଣିବଳୟ ସୃଷ୍ଟି, ୨୪ ଘଣ୍ଟାରେ ଲଘୁଚାପ: ୮ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ଆଜି ଘୂର୍ଣ୍ଣିବଳୟ, କାଲି ଲଘୁଚାପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୫.୮ କିଲୋମିଟର ଉଚ୍ଚତା ଯାଏ ବ୍ୟାପିଛି । ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।

ଏହି ଲଘୁଚାପ ଆଣିବ ବଡ଼ ବର୍ଷା । ୧୧ ତାରିଖ ଯାଏ ବର୍ଷା ହେବ । ଆଜି ୮ଟି ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡିକୁ ଅଧିକ ବର୍ଷା ପାଇଁ ସୂଚନା ଜାରି ହୋଇଛି। ଆସନ୍ତାକାଲି ଠାରୁ ବର୍ଷାର ବିସ୍ତତି ବଢ଼ିବ । ଆସନ୍ତାକାଲି ୧୧ ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ, କୋରାପୁଟ, ରାୟଗଡ଼ା, ମାଲକାଗିରି, କନ୍ଧମାଳ, ନବରଙ୍ଗପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀରେ ପ୍ରବଳରୁ ଅତି ପ୍ରବଳ ହେବ । ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ଆସନ୍ତା ୯ ଓ ୧୦ ତାରିଖରେ ସମୁଦ୍ର ଭିତରକୁ ଯିବା ପାଇଁ ସଂପୂର୍ଣ୍ଣ ବାରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.