Jio ଆଣିଲା ବଢ଼ିଆ ଅଫର୍‌! ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଜିତିବାର ମଉକା; ଏହି ଅବଧି ଭିତରେ ଫଟାଫଟ୍‌ କରନ୍ତୁ ରିଚାର୍ଜ

Reliance Jio ନିଜ ଗ୍ରାହକମାନଙ୍କ ପାଇଁ ବଢ଼ିଆ ଅଫର୍‌ ଆଣିଛି। କମ୍ପାନୀର 4G ସର୍ଭିସ୍‌କୁ ୬ ବର୍ଷ ପୂରଣ ହେବା ପରିପ୍ରେକ୍ଷୀରେ ଗ୍ରାହକଙ୍କୁ ଏହି ଅଫର୍‌ ଭେଟି ଦିଆଯାଉଛି। ଏହା ଲିମିଟେଡ୍‌ ଟାଇମ୍‌ ପିରିୟଡ୍‌ ଅଫର୍‌। ଏଥିରେ ୟୁଜରମାନଙ୍କ ପାଖରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଜିତିବାର ମଉକା ରହିଛି। କିନ୍ତୁ ଏଥିପାଇଁ ଗ୍ରାହକଙ୍କୁ ନିଜ ପ୍ରିପେଡ୍‌ ନମ୍ବରକୁ ରିଚାର୍ଜ କରାଇବାକୁ ପଡ଼ିବ।

ଭାରତର ନମ୍ବର ୧ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଜବରଦସ୍ତ ଅଫର୍‌ ନେଇକି ଆସିଛି। ଏହାଦ୍ୱାରା ଜିଓର ୟୁଜରମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଜିତି ପାରିବେ। ଏଥିପାଇଁ ସେମାନଙ୍କୁ କେବଳ ନିଜ ଜିଓ ନମ୍ବରକୁ ରିଚାର୍ଜ କରାଇବାକୁ ହେବ। ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତତ ସୂଚନା।

ରିଲାଏନ୍ସ ଜିଓର ଏହି ଅଫର ସେପ୍ଟେମ୍ବର ୬ରୁ ଆରମ୍ଭ ହୋଇ ଯାଇଛି, ଯାହାକି ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଫରର ଫାଇଦା ନେବା ପାଇଁ ୟୁଜରମାନଙ୍କୁ ଜିଓ ପ୍ରିପେଡ୍‌ ନମ୍ବରରେ ୨୯୯ ଟଙ୍କା କିମ୍ବା ଏହା ଠାରୁ ଅଧିକ ଟଙ୍କାର ରିଚାର୍ଜ କରାଇବାକୁ ପଡ଼ିବ। ଅଫର୍‌ ପିରିୟଡ୍‌ ସମୟରେ ହିଁ ଏହି ରିଚାର୍ଜ କରାଇବାକୁ ହେବ। ଯଦିଓ କମ୍ପାନୀ କହିଛି ଯେ ଏହି ଅଫର ତାମିଲନାଡ଼ୁ ସର୍କିଲରେ ଆପ୍ଲିକେବଲ ହେବ ନାହିଁ। ତେବେ ଏହି ଅଫର୍‌ କେଉଁଠି କେଉଁଠି ବୈଧ ରହିବ, ତାହା ବିଷୟରେ କମ୍ପାନୀ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ। ଅର୍ଥାତ୍‌ ଏହା ବୁଝାଯିବ ଯେ ତାମିଲନାଡ଼ୁ ବ୍ୟତୀତ ପୂରା ଦେଶରେ ଏହି ଅଫର୍‌ ଭ୍ୟାଲିଡ୍‌ ରହିବ।

ରିଲାଏନ୍ସ ଜିଓ ଏ ନେଇ ଟ୍ଵିଟ୍‌ କରି ସୂଚନା ଦେଇଛି। ଏହା ବିଷୟରେ ଅନ୍ୟାନ୍ୟ ସୂଚନା ବର୍ତ୍ତମାନ କମ୍ପାନୀ ତରଫରୁ ସେୟାର କରାଯାଇ ନାହିଁ। କହି ରଖୁଛୁ, କମ୍ପାନୀ 4G ସର୍ଭିସ୍‌କୁ ଭାରତରେ ସେପ୍ଟେମ୍ବର ୫ରେ ଲଞ୍ଚ୍‌ କରିଥିଲା। ଏବେ ଏହାର ୬ ବର୍ଷ ପୂରଣ ହୋଇ ଯାଇଛି ଏବଂ କମ୍ପାନୀର ଅଫର ବି ଲାଇଭ୍‌ ହୋଇ ଯାଇଛି। ଏହି ଅଫର ପିରିୟଡ୍‌ ସମୟରେ ରିଚାର୍ଜ କରାଇଥିବା ଗ୍ରାହକମାନଙ୍କୁ କମ୍ପାନୀ ତରଫରୁ କିଛି ପ୍ରାଇଜ୍‌ ମିଳି ପାରେ। ଯଦି ଆପଣଙ୍କ ପାଖରେ ପୂର୍ବରୁ କୌଣସି ଆକ୍ଟିଭ୍‌ ପ୍ଲାନ ରହିଛି, ତା’ ହେଲେ ବି ଆପଣ ରିଚାର୍ଜ କରାଇ ପାରିବେ।

ନୂଆ ରିଚାର୍ଜ ପ୍ଲାନ୍‌ ପୁରୁଣା ପ୍ଲାନ ଶେଷ ହେବା ପରେ ହିଁ ଆରମ୍ଭ ହେବ। ଏହି ଅଫର୍‌ ବର୍ତ୍ତମାନ ପ୍ରିପେଡ୍‌ ଗ୍ରାହକଙ୍କୁ ହିଁ ଦିଆଯାଉଛି। ପୋଷ୍ଟପେଡ୍‌ ଗ୍ରାହକଙ୍କ ପାଇଁ ଏହି ଅଫର ବୈଧ ଅଛି କି ନାହିଁ, ତାହା ବିଷୟରେ କମ୍ପାନୀ ତରଫରୁ କୌଣସି ସୂଚନା ସାମ୍ନାକୁ ଆସି ନାହିଁ। ତେବେ ଏମିତିରେ ଯଦି ଆପଣମାନେ ପ୍ରିପେଡ୍‌ ଗ୍ରାହକ ଅଛନ୍ତି, ତା’ ହେଲେ ତୁରନ୍ତ ଅଫର୍‌ ପିରିୟଡ୍‌ ଭିତରେ ରିଚାର୍ଜ କରେଇ ନିଅନ୍ତୁ ଏବଂ ଏହି ଜବରଦସ୍ତ ଅଫରର ଭରପୂର ଫାଇଦା ଉଠାନ୍ତୁ। ଏହି ଅଫର କେବଳ ଲିମିଟେଡ୍‌ ସମୟ ପାଇଁ ଉପଲବ୍ଧ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.