ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା: ଆସନ୍ତାକାଲି ସନ୍ଧ୍ୟାରେ ହେବ ଡିପ୍ରେସନ୍‌

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପ ଅଧିକ ଘନୀଭୂତ ହେବ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତାକାଲି ସନ୍ଧ୍ୟାରେ ଡିପ୍ରେସନ୍‌ ସୃଷ୍ଟି ହେବ । ଏହାପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଅବପାତ । ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବ । ସମ୍ଭାବ୍ୟ ବାତ୍ୟାର ନାଁ ରହିବ ମାଣ୍ଡସ୍‌ । ସମ୍ଭାବ୍ୟ ବାତ୍ୟା ୮ ତାରିଖ ସକାଳେ ଉତ୍ତର ତାମିଲନାଡୁ-ପୁଡୁଚେରୀ ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି । ତେବେ ଓଡ଼ିଶା ପ୍ରତି ବାତ୍ୟା ବିପଦ ନଥିବା କହିଛନ୍ତି ଆଇଏମଡି ଡିଜି ।

ଓ୍ଵିଣ୍ଡିର ଦୁଇଟି ମଡେଲ୍‌ ୟୁରୋପିଆନ୍‌ ECMWF ଓ ଆମେରିକୀୟ ମଡେଲ୍‌ GFS ବି ବାତ୍ୟା ପୂର୍ବାନୁମାନ କରିଛନ୍ତି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କାଲିଠୁ ବଢ଼ିବ ବର୍ଷା ପରିମାଣ । ତାମିଲନାଡୁ, ପୁଡୁଚେରୀ ଓ କରାଇକାଲରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୮ ତାରିଖରେ ବର୍ଷା ପରିମାଣ ଅଧିକ ରହିବ । କିଛି ସ୍ଥାନରେ ଭୀଷଣ ବର୍ଷା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତାକାଲି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟ ବେଗରେ ବହିବ ପବନ ।

ଝଟକା ପବନ ଘଣ୍ଟାପ୍ରତି ୬୫ କିଲୋମିଟର ଛୁଇଁପାରେ । ୭ତାରିଖରେ ପବନର ବେଗ ବଢ଼ି ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ଓ ଏହା ବଢ଼ି ୭୫ କିଲୋମିଟର ଛୁଇଁବ । ସେହିପରି ୮ ତାରିଖରେ ପବନର ବେଗ ୭୦-୮୦ ଓ ବଢ଼ି ଘଣ୍ଟାପ୍ରତି ୯୦ କିଲୋମିଟ ରହିବା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହିବ । ଆସନ୍ତା ୮ ତାରିଖ ଯାଏ ସମୁଦ୍ରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.