ଫିଫା ବିଶ୍ୱକପ : ଆଜି ପ୍ରି-କ୍ୱାର୍ଟର ଫାଇନାଲରେ ମୁହାଁମୁହିଁ ହେବେ ଜାପାନ- କ୍ରୋଏସିଆ

କେନ୍ୟୁଜ୍ ବ୍ୟୁରୋ: ଫିଫା ବିଶ୍ୱକପ ୨୦୨୨ରେ ପ୍ରି-କ୍ୱାର୍ଟର ଫାଇନାଲରେ ଆଜି ମୁହାଁମୁହିଁ ହେବେ ଜାପାନ ଏବଂ କ୍ରୋଏସିଆ । ପ୍ରି-କ୍ୱାର୍ଟର ଫାଇନାଲରେ ୧୬ଟି ଟିମ୍ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଏଥି ମଧ୍ୟରୁ ୪ଟି ଟିମ୍ ନିଜର ଧମାକାଦାର ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ ଜାଗା ପକ୍କା କରି ସାରିଲେଣି । ପୂର୍ବ ୪ଟି ମ୍ୟାଚ୍ରେ ନେଦରଲାଣ୍ଡ, ଆର୍ଜେଣ୍ଟିନା, ଫ୍ରାନ୍ସ ଏବଂ ଇଂଲଣ୍ଡ ପ୍ରତିପକ୍ଷଙ୍କୁ ମାତ୍ ଦେଇ ଟପ୍ ୮ରେ ନିଜର ଜାଗା ପକ୍କା କରିଛନ୍ତି । ଏହି ୧୬ଟି ଟିମ୍ ମଧ୍ୟରୁ ଜାପାନର ପ୍ରଦର୍ଶନ ବହୁତ ବଢ଼ିଆ ରହିଛି । ‘ଗ୍ରୁପ୍-ଇ’ର ଜାପାନ ଦମ୍ଦାର ପ୍ରଦର୍ଶନ ସହିତ ଟେବୁଲ୍ ଟପର ରହିଛି । ଜାପାନ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ସୁନ୍ଦର ପ୍ରଦର୍ଶନ ସହିତ ବିଜେତା ହେବା ହକଦାର ରଖୁଛି ।ଅନ୍ୟପଟରେ କ୍ରୋଏସିଆ ମଧ୍ୟ ଟୁର୍ଣ୍ଣାମେଣ୍ଟର ଆରମ୍ଭରୁ ଧମାକାଦାର ପ୍ରଦର୍ଶନ ଜାରି ରଖିଛି । କୌଣସି ମ୍ୟାଚ୍ରେ କ୍ରୋଏସିଆ ହାର ମାନିନାହିଁ । ଏହି ବିଶ୍ୱକପରେ ପ୍ରତିପକ୍ଷକୁ ମାତ୍ ଦେଇ ଅପରାଜେୟ ରହିଛି । ଏମିତିରେ ଜାପାନ ଏବଂ କ୍ରୋଏସିଆକୁ ଦେଖିଲେ ଲାଗୁଛି ମ୍ୟାଚ୍ରେ ଳଢ଼େଇ ଜୋରଦାର ହେବ ।
ଜାପାନ : ‘ଗ୍ରୁପ୍-ଇ’ରେ ଜାପାନ ଏବଂ ସ୍ପେନ ସହିତ ଅନ୍ୟ ଟିମ୍ମାନେ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ବିଶ୍ୱକପରେ ଜାପାନର ଦବଦବା ବି ବହୁତ ରହିଛି । ଜାପାନ ପାଖରେ ଆତ୍ମବିଶ୍ୱାସ ଏବଂ ରଣ କୌଶଳର ଅଭାବ ନାହିଁ । ଯେଉଁପରି ଭାବରେ ସ୍ପେନକୁ ତାର ଆକ୍ରମଣାତ୍ମକ ଢ଼ଙ୍ଗରେ ପରାସ୍ତ କରିଥିଲା, ଆଜି କ୍ରୋଏସିଆ ବିପକ୍ଷ ମ୍ୟାଚ୍ରେ ତାହା ମଧ୍ୟ ଦେଖିବାକୁ ମିଳିପାରେ ।
କ୍ରେଏସିଆ :
ଜ୍ଲାତ୍କୋ ଡାଲିସ୍ଙ୍କର ଏହି ଟିମ୍ ପ୍ରତିପକ୍ଷଙ୍କୁ ମାତ୍ ଦେବାରେ କୌଣସି ଯୁଯୋଗ ହାତ ଛଡ଼ା କରନ୍ତି ନାହିଁ । ବିଶ୍ୱକପ ଇତିହାସରେ ନିଜର ଉତ୍ତମ ରଣ କୌଶଳରେ କୋଏସିଆ ନିଜକୁ ପ୍ରତିଷ୍ଠିତ କରାଇ ପାରିଛି । କୋଏସିଆ ନିଜର ଷ୍ଟ୍ରାଟେଜିରେ ଜାପାନକୁ ସହଜ ଗୋଲ ନ କରାଇ ଦେବା ପାଇଁ ଚେଷ୍ଟା କରିବ । ୨୦୧୮ ଫିଫା ବିଶ୍ୱକପର ଉପବିଜେତା କ୍ରୋଏସିଆ ଗତ ୯ଟି ମ୍ୟାଚ୍ରେ ଅପରାଜେୟ ରହିଛି । ୯ଟି ମ୍ୟାଚ୍ରୁ ୬ଟିରେ ବିଜୟ କରି ୩ଟିରେ ମ୍ୟାଚ୍କୁ ବରାବର ରଖିଛି । ତେଣୁ ଏଥିରୁ ସ୍ପଷ୍ଟ ଯେ ଜାପାନ ସହିତ ଏହି ମ୍ୟାଚ୍ କଡ଼ା ଟକ୍କର ହେବ ।
ଯଦି ଏହି ଦୁଇ ଟିମ୍ର ଫଳାଫଳକୁ ଦେଖିବା ତେବେ ୩ଟି ମ୍ୟାଚ୍ରୁ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି ଏବଂ ଗୋଟିଏ ମ୍ୟାଚ୍ ଟାଇ ରହିଛି । ଏହି ଫଳାଫଳକୁ ଦେଖିଲେ ଲାଗୁଛି ଦୁଇ ଟିମ୍ ମଧ୍ୟରେ ହେବାକୁ ଥିବା ମ୍ୟାଚ୍କୁ ଦର୍ଶକେ ବହୁତ ଉପଭୋଗ କରିବେ ।
ମ୍ୟାଚ୍ ସ୍ଥାନ, ସମୟ ଏବଂ ପ୍ରସାରଣ:
ଏହି ମ୍ୟାଚ୍ କତାରରେ ଅଲ୍-ଜନୌବ ଷ୍ଟାଡିୟମରେ ଡିସେମ୍ବର ୫ ତାରିଖ, ଭାରତୀୟ ସମୟ ରାତି ୮.୩୦ରେ ଅନୁଷ୍ଠିତ ହେବ । ଏହି ମ୍ୟାଛ୍କୁ ଦର୍ଶକମାନେ ସେସ୍ପାର୍ଟସ ୧୮, ସ୍ପୋର୍ଟସ ୧୮ HD TV ଏବଂ ଜିଓ ସିନେମା ଆପ୍ ମାଧ୍ୟମରେ ସିଧା ପ୍ରସାରଣ ଦେଖିପାରିବେ ।