ଶ୍ରୀମନ୍ଦିର ଦଇତାପତି ନିଯୋଗ ନିର୍ବାଚନ , ସଭାପତି ଭାବେ ରବୀନ୍ଦ୍ର ଦାସ ମହାପାତ୍ର ମନୋନୀତ

ପୁରୀ(କେନ୍ୟୁଜ୍) : ଶ୍ରୀମନ୍ଦିର ଦଇତାପତି ନିଯୋଗର ସଭାପତି ଭାବେ ରବୀନ୍ଦ୍ର ଦାସ ମହାପାତ୍ର ମନୋନୀତ । ଦୁର୍ଗାପ୍ରସାଦ ଦାସ ମହାପାତ୍ର ସଂପାଦକ ଓ ଚନ୍ଦ୍ରଶେଖର ଦାସ ମହାପାତ୍ର କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଉପସଭାପତି ଭାବେ ସୂର୍ଯ୍ୟସ୍ୱାଇଁ ମହାପାତ୍ର ଓ ଅମିତ କୁମାର ଦାସ ମହାପାତ୍ର ସହ-ସଂପାଦକ ମନୋନୀତ ହୋଇଛନ୍ତି । ନିର୍ବାଚିତ ହୋଇଥିଲେ ଦଇତାପତି ନିଯୋଗର ୧୫ ଜଣିଆ କାର୍ଯ୍ୟକାରୀ କମିଟି ସଭ୍ୟ । ନିର୍ବାଚନରେ ମତଦାନ ପାଇଁ ଯୋଗ୍ୟତା ପାଇଥିବା ୧୨୦ ଜଣ ଦଇତାପତିଙ୍କ ମଧ୍ୟରୁ ୧୦୫ ଜଣ ମତଦାନ କରିଥିଲେ । ଏହି ସଭ୍ୟମାନେ ଏକାଠି ହୋଇ ସହମତିରେ ସଭାପତି, ସମ୍ପାଦକ ପଦ ସହ ଅନ୍ୟ ପଦବୀ ପାଇଁ ଯୋଗ୍ୟ ବ୍ୟକ୍ତି ଚୟନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.