Below header

ଆଜିଠାରୁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ଦଇତାପତି ସେବାୟତ

ପୁରୀ (କେନ୍ୟୁଜ୍) : ଜୁଲାଇ ୪ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆସନ୍ତା ସୋମବାର ମହାପ୍ରଭୁଙ୍କ ସ୍ନାନଯାତ୍ରା। ତାପୂର୍ବରୁ ଆଜିଠାରୁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ଦଇତାପତି ସେବାୟତ। ଶ୍ରୀଜିଉଙ୍କର ନୀତିକାନ୍ତି ଓ ସେବା କରିବେ। ଗୋଟିଏ ଦିନ ପରେ ସ୍ନାନଯାତ୍ରା ପଡୁଥିବାରୁ ପାରମ୍ପରିକ ଭାବେ ଶ୍ରୀମନ୍ଦିରରେ ଦଇତାପତି ପ୍ରବେଶ କରିଛନ୍ତି। ମହାପ୍ରଭୁଙ୍କ ଶ୍ରୀଅଙ୍ଗରକ୍ଷକ ଭାବେ ପରିଚିତ ଦଇତାପତିମାନେ ଆଜିଠାରୁ ମହାପ୍ରଭୁଙ୍କ ସେବା କାର୍ଯ୍ୟରେ ଲାଗିବେ। ବଡସିଂହାର ବେଶ ପରେ ଦଇତାପତିମାନେ ଶ୍ରୀଅଙ୍ଗ ସୁରକ୍ଷା ଲାଗି ବାହୁଟ କଣ୍ଟ କରିବେ। କୋଠ ସୁଆଁସିଆମାନେ ରତ୍ନସିଂହାସନ ନିକଟରେ ଆସନ୍ତାକାଲିଠୁ ପହଣ୍ଡି ପାଇଁ ଖିରମାଳ ବାନ୍ଧିବା କାର୍ଯ୍ୟ କରିବେ। ସେହିପରି କାଲିଠୁ ସେନାପଟା ଲାଗି କାର୍ଯ୍ୟ ମଧ୍ୟ ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.