ମୋ ଭାଇ ବିଧାୟକ . . . ସିନେମାର ଦୃଶ୍ୟ ପରି ରାସ୍ତାରେ ଗୋଡାଇ ଗୋଡାଇ ପିଟିଲେ ପଞ୍ଜାବ କଂଗ୍ରେସ ବିଧାୟକଙ୍କ ଭାଇ

ନିଜର ବିଧାୟକ ଭାଇ ବଳରେ ବଳିୟାନ ହୋଇ ରାସ୍ତା ମଝିରେ ଜଣେ ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି ପଞ୍ଜାବର କଂଗ୍ରେସ ବିଧାୟକ ରାକେଶ ଚୌଧୁରୀଙ୍କ ଭାଇ ଓ ତାଙ୍କ ସହଯୋଗୀ । ଯହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ମହିଳା ତଳେ ପଡିଥିବା ବେଳେ ତାଙ୍କୁ ବିଧାୟକଙ୍କ ଭାଇ ମନଇଚ୍ଛା ଗୋଇଠା ବିଧା ମାରି ଚାଲିଛନ୍ତି। ଅନ୍ୟଜଣେ ମହିଳା ତାଙ୍କୁ ଅଟକାଇବାକୁ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ସେ ଅଟକୁ ନହାନ୍ତି। ଜଣେ ବାଡି ଓ ଅନ୍ୟ ଜଣେ ବେଲ୍ଟରେ ରାସ୍ତା ଉପରେ ମହିଳାଙ୍କୁ ଗଡାଇ ତଡାଇ ପିଟୁଛନ୍ତି ଯାହା କୌଣସି ଫିଲ୍ମିର ଦୃଶ୍ୟ ଭଳି ଏହି ଭିଡିଓଟିରେ ଦେଖିବାକୁ ମିଳିଛି।

 

 

କଣ ଥିଲା ପୁରା ଘଟଣାବଳୀ

ମହିଳା ଜଣଙ୍କ କିଛିଦିନ ତଳେ ବିଧାୟକଙ୍କ ଭାଇଙ୍କଠାରୁ କିଛି ଟଙ୍କା ଧାର ନେଇଥିଲେ। ପରେ ମୂଳଧନ ସୂଝି ଦେଇଥିବା ବେଳେ କେବଳ ସୁଧଟଙ୍କା ପରିଶୋଧ କରିପାରିନଥିଲେ । ଯେଉଁଥି ପାଇଁ ବିଧାୟକଙ୍କ ଭାଇ ଏପରି ରାସ୍ତା ଉପରେ ମହିଳାଙ୍କୁ ପିଟିଥିଲେ। ଘଟଣାର ଅଭିଯୋଗ କ୍ରମେ ପୋଲିସ ୬ଜଣଙ୍କୁ ଗିରଫ କରିଥିବାର ଜଣା ପଡିଛି। କିଛି ଦିନ ତଳେ ଠିକ ଏହି ଭଳି ଚିତ୍ର ଗୁଜରାଟରୁ ଆସିଥିଲା । ଯେଉଁଠି ବିଜେପି ବିଧାୟକ ରାସ୍ତା ଉପରେ ଜଣେ ମହିଳାଙ୍କୁ ପିଟିଥିଲେ। ତେବେ ଜନ ପ୍ରତିନିଧି ମାନେ ଲୋକଙ୍କ ଜନଧନ ସୁରକ୍ଷା ପରିବର୍ତ୍ତେ ଏପରି ରାସ୍ତା ଉପରେ ନିଜର ପତିଆରା ପଦର୍ଶନ କରିବା ନେଇ ବିଭିନ୍ନ ବୁଦ୍ଧିଜୀବି ମହଲରେ ତୀବ୍ର ଅସନ୍ତେଷ ଦେଖାଦେଇଛି।