Below header

କେବଳ ମହିଳା ନୁହଁନ୍ତି, ପୁରୁଷଙ୍କୁ ମଧ୍ୟ ରଖିବାବୁ ହେବ ନିଜ ତ୍ବଚାର ଯତ୍ନ

ବିୟୁଟି ଟିପ୍ସ କିମ୍ବା ବିୟୁଟି ପ୍ରଡକ୍ଟସର କଥା ଉଠିଲେ ସମସ୍ତଙ୍କ ମନରେ ପ୍ରଥମେ ମହିଳାମାନଙ୍କ କଥା ହିଁ ଆସେ । କାରଣ ମହିଳାମାନେ ସବୁବେଳେ ନିଜ ତ୍ବଚାକୁ ନେଇ ସିରିୟସ ଥାଆନ୍ତି। ନିଜର ତ୍ବଚାକୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟକୁ ଆପଣେଇଥାନ୍ତି। କିନ୍ତୁ ଏହି ତ୍ବଚାର ଯତ୍ନ କିମ୍ବା ବିୟୁଟି ମାସ୍କକୁ ପୁରୁଷମାନେ ସବୁବେଳେ ଅଣଦେଖା କରିଥାନ୍ତି ।

ପୁରୁଷମାନେ ନିଜ ତ୍ବଚାର ଯତ୍ନ ପ୍ରତି ସଚେତନ ନହେବା କାରଣରୁ କମ୍ ବୟସରେ ହିଁ ଚେହେରାରେ ବୟସର ଛାପ ଦେଖାଯାଇଥାଏ । ଏହାଛଡ଼ା ବ୍ରଣ, ବ୍ଲାକହେଡ୍ ଓ ବ୍ରଣଜନିତ କଳାଦାଗ ଭଳି ଅନେକ ତ୍ବଚା ସମ୍ବଦ୍ଧୀୟ ସମସ୍ୟା ରହିଛି, ଯାହାକି ପୁରୁଷଙ୍କ ଠାରେ ଅଧିକ ଥାଏ । ତେଣୁ ପୁରୁଷମାନେ ମଧ୍ୟ ନିଜ ତ୍ୱଚାର ଧ୍ୟାନ ରଖିବା ଉଚିତ୍। ଏଥିପାଇଁ ପୁରୁଷ ମାନଙ୍କ ପାଇଁ ମଧ୍ୟ ଅନେକ କିଛି ବିୟୁଟି ମାସ୍କ ମଧ୍ୟ ରହିଛି ।

Skin care-ଏକ ହେଲଦି ଫେସୱାସ୍ ବାଛନ୍ତୁ । ଏହାକୁ ଦିନରେ ଓ ସନ୍ଧ୍ୟାରେ ଦୁଇଥର ଭଲଭାବେ ଚେହେରାରେ ଲଗାଇ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଧ୍ୟାନ ରଖନ୍ତୁ ଏକ ଭଲ କମ୍ପାନୀର ଫେସୱାସ ବାଛିବା ଉଚିତ।

-ଫେଶୱାସ୍ କରିବା ପରେ ତ୍ବଚାରେ ମଇଶ୍ଚରାଇଜର୍ ଲଗାଇବାକୁ ଭୁଲନ୍ତୁ ନାହିଁ । ଏହା ତ୍ୱଚାକୁ କୋମଳ ଓ ଚମକଦାର୍ ରଖିବାରେ ସାହାଯ୍ୟ କରିଥାଏ । ତେବେ ଏହାକୁ ନିଶ୍ଚୟ ବ୍ୟବହାର କରନ୍ତୁ।

-ବାହାରକୁ ଯିବା ପୂର୍ବରୁ ସନସ୍କ୍ରୀନ୍ ଲୋସନ୍ ନିଶ୍ଚୟ ଲଗାନ୍ତୁ । ଏହା ଚେହେରାକୁ କଳା ହେବାରୁ ରକ୍ଷା କରିଥାଏ ।

-ତେବେ ପୁରୁଷମାନେ ମଧ୍ୟ ଏହି ସବୁକୁ ଆପଣେଇ ନିଜର ତ୍ବଚାର ଯତ୍ନ ନେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.