Below header

କାଲିଫର୍ଣ୍ଣିୟାର ଏକ ରେସ୍ତୋରାଁ ଦେଲା ଏମିତି ଲୋଭନୀୟ ଅଫର, ଯାହା ଆପଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦୈନନ୍ଦିନ ଜୀବନରେ ମୋବାଇଲ ଆମପାଇଁ ଏକ ନିଶା ଦ୍ରବ୍ୟ ଭଳି କାମ କରୁଛି। ପ୍ରତ୍ୟକଟି ମଣିଷ ଏହି ମୋବାଇଲ ସହିତ ଏତେ ଅଭ୍ୟସ୍ତ ହୋଇଯାଇଛି ଯେ, ମୋବାଇଲ ବିକିରଣ ସ୍ବସ୍ଥ୍ୟ ପ୍ରତି ହାନୀକାରକ ଜାଣି ମଧ୍ୟ ଏହାକୁ କିଛି ମୂହୂର୍ତ୍ତ ପାଇଁ ନିଜ ପାଖରୁ ଦୁରରେ ରଖିପାରୁ ନାହିଁ। ଖାସ୍ ଏଥି ପାଇଁ ଅନେକ ସଚେତନ କରାଗଲେ ମଧ୍ୟ ଏଥିରୁ ବିଚ୍ୟୁତ ହେବା ସମ୍ଭବପର ହୋଇପାରୁନାହିଁ ଆଜିର ମଣିଷ ନିକଟରେ । ଏହିଭଳି ସଚେତନ କରିବାକୁ ଯାଇ କାଲିଫର୍ଣ୍ଣିୟାର ଏକ ରେସ୍ତେରାଁ ରେ ମୋବାଇଲ ବ୍ୟବହାର କାରୀଙ୍କୁ ଏକ ଲୋଭନୀୟ ଅଫର ଘୋଷଣା କରିଛି। ଆଉ ସେ ଅଫରଟି ହେଉଛି, ଖାଇବା ବେଳେ ଯେଉଁ ବ୍ୟକ୍ତି ମୋବାଇଲ ବ୍ୟବହାର ନକରି ରେସ୍ତୋରାଁର ଲକରରେ ରଖିବେ ତେବେ ତଙ୍କୁ ଏକ ମାଗାଣା ପିଜ୍ଜା ଖାଇବାକୁ ଦିଆଯିବ। ଗ୍ରାହକ ଚାହିଁଲେ ଏହି ମାଗଣା ପିଜ୍ଜାକୁ କୌଣସି ଭୋକିଲା ଲୋକକୁ ମଧ୍ୟ ଦେଇପାରିବେ।

ରେସ୍ତୋରାଁରର ଉଦେଶ୍ୟ ହେଲା ଏହା କରିବା ଦ୍ବାରା ଲୋକଙ୍କ ମଧ୍ୟରେ କଥାବାର୍ତ୍ତା କରିବା ପାଇଁ ଏହା ପ୍ରେରିତ କରିବା ଓ ଏହା ମଧ୍ୟମରେ ଗ୍ରାହକ ମାନେ କିଛି ସମୟ ମୋବାଇଲ ଠାରୁ ଦୁରରେ ରହିପାରିବେ।

ଗ୍ରୁପ ହୋଇ ଆସୁଥିବା ଗ୍ରାହକଙ୍କୁ ମିଳିବ ଫାଇଦା

ଅଫର ମୁତାବକ ମାଗଣା ପିଜ୍ଜା ପାଇଁ ଗ୍ରାହକ ମାନଙ୍କୁ ଗ୍ରୁପ ହୋଇ ଆସିବାକୁ ହେବ । ଏହି ଅଫରଟି ୩ ସପ୍ତାହ ପୁର୍ବରୁ ଆରମ୍ଭ କରାଯାଇଛି। ଏପର୍ଯ୍ୟନ୍ତ ରେସ୍ତୋରାଁରେ ୫୦ ବଡ ପିଜ୍ଜା ମାଗଣାରେ ଲୋକଙ୍କୁ ଖାଇବାକୁ ଦିଆଯାଇଛି।

କମ୍ପାନୀର ସ୍କିମ୍ ଅନୁସାରେ ଲୋକଙ୍କୁ ଅଫର ପାଇବା ପାଇଁ ପାଖପାଖି ୪ ଲୋକଙ୍କୁ ଗ୍ରୁପ ହୋଇ ଆସିବାକୁ ହେବ ଓ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ଥିବା ନିହାତି ଦରକାର । ରେସ୍ତୋରାଁର କର୍ମଚାରୀ ସେମାନଙ୍କ ଠାରୁ ଏହି ସ୍ମାର୍ଟ ଫୋନକୁ ତାଙ୍କ ଠାରୁ ନେଇ ଲକରରେ ରଖିବେ। ଏହା ପୂର୍ବରୁ କର୍ମଚାରୀ ମାନେ ସେହି ଫୋନ ଗଡିକୁ ପରୀକ୍ଷା କରିବେ ତାହା ଠିକ ଅଛି କି ନାହିଁ। କାରଣ ଗ୍ରାହକ ମାନେ ମାଗଣା ପିଜ୍ଜା ନେବା ବାହାନାରେ ହୁଏତ ଖରାପ ଫେନକୁ ନେଇ ଆସିଥାଇ ପାରନ୍ତି। ଏହି ମାଗଣା ପିଜ୍ଜା ନେବା ପରେ ପୁଣିଥରେ ୨୪ ଘଣ୍ଟା ପରେ ରୋସ୍ତାରାଁ ଯାଇ ଦ୍ବୀତୟ ଥର ନେଇପାରିବେ।

ଏହି ଅଫର ପଛର କାହାଣୀ

ରେସ୍ତୋରାଁର କୋ-ଫାଉଣ୍ଡର ବିରେନ୍ଦ୍ର ମାଲ୍ହିଙ୍କ କହିବା କଥା ହେଲା ସେ ତାଙ୍କ ପିଲା ମାନଙ୍କ ଅଗରେ ଏକ ଉଦାହାରଣ ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି। ସେଥିପାଇଁ ସେ ଆପତ୍ତିକାଳରେ ଫୋନର ବ୍ୟବହାର କରୁଛନ୍ତି। ବିରେନ୍ଦ୍ର କହିଛନ୍ତି ସ୍ମାର୍ଟ ଫୋନରୁ ସେ ଧିରେ ଧିରେ ଦୁରେଇ ଯାଇ ଯେଉଁ ଅନୁଭବ ପାଇଛନ୍ତି ତାହାକୁ ଅନ୍ୟମାନଙ୍କୁ ବାଣ୍ଟିବାକୁ ଚାହୁଁଛନ୍ତି ଓ ସେମାନଙ୍କୁ ପ୍ରେରିତ କରିବାକୁ ଚାହୁଁଛି ସେଥିପାଇଁ ଏମିତି ଅଫର କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.