ହିଞ୍ଜିଳିକାଟୁରେ ଆରମ୍ଭ ହୋଇଯାଇଛି ଦଣ୍ଡନାଚ ଯାତ୍ରା, ୨୧ଦିନ ଧରି ଚାଲିବ ଦୀର୍ଘ ବର୍ଷର ଏହି ପରମ୍ପରା

ହିଞ୍ଜିଳିକାଟୁ (କେନ୍ଯୁଜ୍): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ଆରମ୍ଭ ହୋଇଯାଇଛି ଦଣ୍ଡନାଚ ଯାତ୍ରା। ଗଞ୍ଜାମର ଦଣ୍ଡନାଚ ହେଉଛି ବେଶ୍ ଲୋକ ପ୍ରିୟ । ଦୀର୍ଘ ବର୍ଷ ପୁରୁଣା ଏଠାକାର ପରମ୍ପରା ରହିଥିବା ବେଳେ, ମାଁ ଦଣ୍ଡ କାଳୀଙ୍କ ଏହି ଯାତ୍ରା ୨୧ଦିନ ଧରି ଅନୁଷ୍ଠିତ ହୋଇଥାଏ।

ହିଞ୍ଜିଳିକାଟୁରେ ବଡ଼ପାର୍ଟି, ସାନପାର୍ଟି ପକ୍ଷରୁ ସକାଳୁ ମାଙ୍କ ନୀତି କାର୍ଯ୍ୟ ସାରି ମନ୍ଦିର ନିକଟ ବାହାରି ସହର ପରିକ୍ରମା କରାଯାଇଛି । ଏହି ଦଣ୍ଡନାଚ ସମୟରେ ବହୁ ଜନ ଗହଳି ଦେଖିବାକୁ ମିଳିଥାଏ । ଚଳିତ ବର୍ଷ ମଧ୍ଯ ଖୁବ୍ ଉତ୍ସାହର ସହ ଏହି ପରମ୍ପରା ପାଳନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.