ଆଜିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ, ୯୬ ଘଣ୍ଟା ପୂର୍ବର କୋଭିଡ୍‌ ନେଗେଟିଭ୍‌ ସାର୍ଟିଫିକେଟ କିମ୍ବା ଟିକା ପ୍ରମାଣପତ୍ର ବାଧ୍ୟତାମୂଳକ

ପୁରୀ(କେନ୍ଯୁଜ୍): ଆଜିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ । ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ପ୍ରାୟ ୪ ମାସ ପରେ ଭକ୍ତ ଓ ଭଗବାନଙ୍କ ହୋଇଛି ମିଳନ । ଏଥିପାଇଁ ୯୬ ଘଣ୍ଟା ପୂର୍ବରୁ କୋଭିଡ୍‌ ନେଗେଟିଭ୍‌ ସାର୍ଟିଫିକେଟ କିମ୍ବା ଦୁଇ ଡୋଜ୍‌ ଟିକା ପ୍ରମାଣପତ୍ର ବାଧ୍ୟତାମୂଳକ ରହିଛି ।

ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଦର୍ଶନ ଚାଲିବ । ସିଂହଦ୍ୱାର ଦେଇ ପ୍ରବେଶ ଓ ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି । ବୃଦ୍ଧ ଓ ଦିବ୍ୟାଙ୍ଗ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରିଛି ପ୍ରଶାସନ । ସମସ୍ତେ କୋଭିଡ୍‌ କଟକଣା ମାନିବା ସହ ସାମାଜିକ ଦୂରତା ବଜାୟ ରଖିବେ । ମନ୍ଦିର ପରିସରରେ କୌଣସି ମୂର୍ତ୍ତି ସ୍ପର୍ଶ କରିବା ମନା ।

ମନ୍ଦିର ଭିତରକୁ ଫୁଲ, ତୁଳସୀ, ଭୋଗ, ଦୀପ ନେଇପାରିବେ ନାହିଁ । ମନ୍ଦିର ପରିସରରେ ପାନ, ଗୁଟଖା ଖାଇବା ଓ ଛେପ ପକାଇବା ନିଷେଦ୍ଧ । ନହେଲେ ଜରିମାନା ଗଣବେ । ଆନନ୍ଦବଜାରରେ ମହାପ୍ରସାଦ ସେବନକୁ ବାରଣ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ମାସରୁ ଶ୍ରୀମନ୍ଦିରରେ ବନ୍ଦ ରହିଥିଲା ସର୍ବସାଧାରଣ ଦର୍ଶନ । ଗତ ୧୨ ତାରିଖରେ ପ୍ରଥମେ ସେବାୟତ ଓ ସେମାନଙ୍କ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ୧୬ ତାରିଖରୁ ପୁରୀ ସହରବାସୀଙ୍କୁ ମିଳିଥିଲା ଦର୍ଶନ ଅନୁମତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.