ଦଶହରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ, ୧୭୮ଟି ମଣ୍ଡପରେ ହେବ ଦୁର୍ଗାପୂଜା

ଭୁବନେଶ୍ବର(କେନ୍ଯୁଜ୍) : ଆଗକୁ ଆସୁଛି ଦଶହରା । ଶାରଦୀୟ ପୂଜାକୁ କିଭଳି ସୁରୁଖୁରୁରେ କରାଯିବ ସେନେଇ, ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଛି । ଦଶହରା ଆଗରୁ ଭୁବନେଶ୍ୱରର ସମସ୍ତ ଡ୍ରେନେଜ୍‌, ଟ୍ରାଫିକ୍‌ ଓ ଲାଇଟ୍‌ ସମସ୍ୟାର ସମାଧାନ କରାଯିବ । କୌଣସି ପୂଜା କମିଟି ବେଆଇନ୍‌ ଭାବେ ଚାନ୍ଦା ଆଦାୟ କରିପାରିବେ ନାହିଁ । ପୂଜା କମିଟି ଗୁଡ଼ିକର କୌଣସି ଅସୁବିଧା ଥିଲେ, ଥାନା ସ୍ତରରେ ଶାନ୍ତି କମିଟି ଗଠନ କରାଯାଇ ସମାଧାନ କରାଯିବ । ମଣ୍ଡପ ସଂଖ୍ୟା ବୃଦ୍ଧି ପାଇଥିବାରୁ ସବୁ ସ୍ଥାନରେ ପୋଲିସ ମୁତୟନ କରିବା ସମ୍ଭନ ହେଉନାହିଁ । ଏହାକୁ ଦୃଷ୍ଟିରେ ରଖି ପୂଜା କମିଟିମାନେ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରିବେ ।

dasaharaଚଳିତବର୍ଷ ପାଖାପାଖି ୧୭୮ଟି ମଣ୍ଡପରେ ଦୁର୍ଗାପୂଜା ହେବ । ବିଏମ୍‌ସି ମେୟର କହିଛନ୍ତି, ମୂର୍ତ୍ତି ବିସର୍ଜ୍ଜନ ପାଇଁ ଏବର୍ଷ ରଘୁନାଥପୁର ଠାରେ ଆଉ ଗୋଟିଏ ଅସ୍ଥାୟୀ ପୋଖରୀ କରାଯିବ । ପ୍ରତିବର୍ଷ ବିଏମ୍‌ସି ପକ୍ଷରୁ ୩ଟି ପୋଖରୀ ବ୍ୟବସ୍ଥା କରାଯାଉଥିଲା । ପୋଲିସ କମିଶନରଙ୍କ କାର୍ଯ୍ଯାଳୟରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅତିରିକ୍ତ ସିପି, ସମସ୍ତ ଥାନା ଆଇଆଇସି, ଅତିରିକ୍ତ ଏସିପି, ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ୱର ଡିସିପିଙ୍କ ସମେତ ସମସ୍ତ ପୂଜା କମିଟି ସଦସ୍ୟ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.