ବୋହୂଙ୍କୁ ଘରେ ପୂରାଇ ଦେଉ ନାହାନ୍ତି ଶ୍ୱଶୁର ଘର ଲୋକେ, ଗେଟ୍‌ ଆଗରେ ଦେଲେ ଧାରଣା

ବାଲେଶ୍ବର(କେନ୍ୟୁଜ୍): ଶ୍ୱଶୁର ଘର ଗେଟ୍‌ ଆଗରେ ବୋହୂଙ୍କ ଧାରଣା । ବୋହୂଙ୍କୁ ଘରେ ପୂରାଇ ଦେଉ ନାହାନ୍ତି ଶ୍ୱଶୁର ଘର ଲୋକେ । ଥାନାରେ ରାଜି ହେଲେ । କିନ୍ତୁ ଘରକୁ ଆସି ଗେଟ୍‌ ବନ୍ଦ କରି ଦେଲେ । ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳର ଏହି ଘଟଣା। ଶ୍ୱଶୁର ଘର ଗେଟ୍‌ ଆଗରେ ଅପେକ୍ଷା କରିଥିବା ମହିଳା ଜଣଙ୍କ ହେଉଛନ୍ତି ଶାଲିନୀ ଗୁପ୍ତା । ସହଦେବଖୁଣ୍ଟା ବ୍ୟାଙ୍କ କଲୋନୀର ରାଜେନ୍ଦ୍ର ଗୁପ୍ତାଙ୍କୁ ଗତ ଜାନୁଆରୀ ମାସରେ ସେ ବିବାହ କରିଥିଲେ । ତାଙ୍କ ଅଭିଯୋଗ ମୁତାବକ, ଶ୍ୱଶୁର ଘର ଲୋକେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ ।

କିଛି ଦିନ ତଳେ ତାଙ୍କୁ ତାଙ୍କ ଭାଇଙ୍କ ପାଖକୁ କୋଲକାତା ପଠାଇ ଦେଇଥିଲେ । ପରେ କୋଲକାତାରୁ ନଫେରବାକୁ ଧମକ ଦେଇଥିଲେ । ଏପରିକି ଆସିଲେ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ତେବେ ବାପା ମାଆଙ୍କ ସାଙ୍ଗରେ ଆସି ସହଦେବଖୁଣ୍ଟା ଥାନାରେ ଏ ନେଇ ଅଭିଯୋଗ କରିଥିଲେ ଶାଲିନୀ। ଥାନାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ତାଙ୍କୁ ଘରକୁ ନେବାକୁ ପୋଲିସ ଆଗରେ ସହମତି ପ୍ରକାଶ କରିଥିଲେ ଶ୍ୱଶୁର ଘର ଲୋକେ । କିନ୍ତୁ ଘରକୁ ଫେରିଲା ବେଳକୁ ଗେଟ୍‌ରେ ତାଲା ପକାଇ କୁଆଡ଼େ ଫେରାର ହୋଇ ଯାଇଥିଲେ ଶ୍ୱଶୁର ଘର ଲୋକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.