କେଉଁଝର: କଳିହୁଡି ବୋହୂର ନୃଶଂସ କାମ, ସାମାନ୍ୟ ସମ୍ପତ୍ତିବାଡିକୁ କେନ୍ଦ୍ର କରି ପଥରରେ ଶାଶୁର ମୁହଁକୁ ଛେଚିଲା ବୋହୂ

କେଉଁଝର(କେନ୍ୟୁଜ୍): ବେହୁର ପଥର ମାଡରେ ଶାଶୁ ଗୁରୁତର। ସାମାନ୍ୟ ସମ୍ପତ୍ତିବାଡିକୁ କେନ୍ଦ୍ର କରି ଶାଶୁର ମୁହଁକୁ ପଥରରେ ଛେଚି ଦେଲା  ବୋହୁ। ଫଳରେ ପରିଣତ ବୟସରେ ଶାଶୁର ୪ ଟି ଦାନ୍ତ ଭାଙ୍ଗିଯାଇଥିବା ବେଳେ ପାଟିରୁ ପ୍ରବଳ ରକ୍ତସ୍ରାବ ହୋଇଛି। ଘଟଣା ଘଟିଛି ଆନନ୍ଦପୁର ନନ୍ଦିପଦା ଥାନା ନୂଆ ରମ୍ପାସ ଗାଁରେ । ୭୩ ବର୍ଷିୟ ଜୁଳ ସେନାପତି ନାମକ ବୃଦ୍ଧ ଶାଶୁ ଆଜି ଭୋରରୁ ପୋଖରିକୁ ଶୌଚ କରିବାକୁ ଯାଇଥିଲେ । ସେଠାରେ ତାଙ୍କ ବୋହୂ ସୁକାନ୍ତି ପୂର୍ବ ବିବାଦକୁ କେନ୍ଦ୍ର କରି ପ୍ରଥମେ ଶାଶୁକୁ ଗାଳିଗୁଲଜ କରିବା ସହିତ ମାଡ ମାରିଥିଲେ। ପରେ ବୋହୂ ସୁକାନ୍ତିର ରାଗ ମୁଣ୍ଡକୁ ଚଢିଯିବାରୁ ଏକ ପଥରରେ ଶାଶୁର ମୁହଁକୁ ଛେଚି ଦେଇଥିଲା। ପରିବାର ଲୋକ ଶାଶୁ ବୋହୂଙ୍କ ପାଟି ଶୁଣି ପୋଖରୀ କୂଳକୁ ଯାଇଥିଲେ। ପରେ ସେଠାରେ ଶାଶୁ ଜୁଳଙ୍କୁ ଗୁରୁତର ଅବସ୍ଥାରେ ପାଇ ଡାକ୍ତରଖାନାରେ ଭର୍ତ୍ତି  କରିଛନ୍ତି। ଏହି ଘଟଣାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ପାଖରେ କିଛି ଅଭିଯୋଗ ହୋଇନଥିବା ଜଣା ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.