ନ୍ୟାୟ ପାଇଁ ଶ୍ୱଶୁର ଘର ଦାଣ୍ଡରେ ବୋହୂଙ୍କ ଧାରଣା, ସ୍ୱାମୀଙ୍କ ସହ ରହିବାକୁ ଦାବି

ଗଜପତି(କେନ୍ଯୁଜ୍): ଶ୍ୱଶୁର ଘର ଦାଣ୍ଡରେ ବୋହୂଙ୍କ ଧାରଣା । ସ୍ୱାମୀଙ୍କ ସହ ରହିବାକୁ ଦାବି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି । ସ୍ଥାନୀୟ ନୀଳାମା ଠାକୁରାଣୀ ମନ୍ଦିର ପଛରେ ରହୁଥିବା ଆଡାଲା ଚୈତନ୍ୟଙ୍କ ପତ୍ନୀ ମନିଷା ନ୍ୟାୟ ପାଇଁ ଶ୍ୱଶୁର ଘର ଦାଣ୍ଡରେ ବସିଛନ୍ତି । ୨୦୧୬ରେ ଜଗନ୍ନାଥ ରାଜୁଙ୍କ ପୁଅ ଚୈତନ୍ୟଙ୍କୁ ମନିଷା ବିବାହ କରିଥିଲେ । ବାରମ୍ବାର ଯୌତୁକ ନିର୍ଯାତନା ଦେବା ସହ ଅଧିକା ଯୌତୁକ ଆଣିବା ଦାବିରେ ଏକ ବର୍ଷରୁ ଅଧିକ ସମୟ ହେବ ବୋହୂଙ୍କୁ ଶ୍ୱଶୁର ଓ ଶାଶୁ ଓ ସ୍ୱାମୀ ଘରୁ ବାହାର କରିଦେଇଛନ୍ତି ।

ପ୍ରତିବାଦରେ ମନିଷା ନିଜ ଶାଶୁ ଘରେ ନିଜ ସ୍ୱାମୀଙ୍କ ସହ ରହିବା ପାଇଁ ଦାବୀରେ ଧରଣା ବସିଛନ୍ତି । ଚୈତନ୍ୟ ପୂର୍ବରୁ ୨ଜଣଙ୍କୁ ବାହା ହୋଇଥିବା ମନିଷା ଗୁରୁତର ଅଭିଯୋଗ ଆଣିଛନ୍ତି । ଏପଟେ ପାରଳାଖେମୁଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଏ ନେଇ ଚୈତନ୍ୟଙ୍କ ପ୍ରତିକ୍ରିୟା ମିଳିନାହିଁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.