ଯୁବତୀଙ୍କୁ ଦେଖି କୁକୁର ବି କଲା ଯୋଗ, ଭିଡିଓ ହେଉଛି ଭାଇରାଲ

କୁକୁର, ବିଲେଇ, ହାତୀ ଏବଂ ସେମାନଙ୍କ ପିଲାମାନଙ୍କ ସମେତ ଅନେକ ପ୍ରାଣୀଙ୍କର ମଜାଳିଆ ଭିଡିଓରେ ଇଣ୍ଟରନେଟରେ ଭାଇରାଲ ହୋଇଥାଏ । ଲୋକମାନେ ସେମାନଙ୍କର ସୁନ୍ଦର ଆକ୍ଟିଙ୍ଗ ଦେଖି ଖୁସି ହୋଇଥାନ୍ତି । ସେହିପରି ଏକ କୁକୁରର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି । ଯୋଗ କଲେ ଶରୀର ସୁସ୍ଥ ରହିଥାଏ। ସମ୍ଭବତଃ ଏକଥା ବୋଧେ ଗୋଟିଏ କୁକୁର ବୁଝିଛି। କାରଣ ସେ ଜଣେ ଯୁବତୀଙ୍କୁ ଯୋଗ କରୁଥିବା ଦେଖି ଏହାର ନକଲ କରିଛି। କୁକୁର ଅତି ଚମତ୍କାର ଭାବେ ଯୋଗ କରୁଥିବା ବେଳର ଗୋଟିଏ ଭିଡିଓ ଆପଣ ନିଶ୍ଚିନ୍ତ ଭାବେ ଦେଖିପାରୁଥିବେ।

ଯୋଗ ଶିକ୍ଷଙ୍କ ସହ ଯୋଗ ଅଭ୍ୟାସ କରୁଥିବା ଏକ ସୁନ୍ଦର କୁକୁରର ଏପରି ଏକ ଭିଡିଓ ଲୋକଙ୍କ ହୃଦୟ ଜିତୁଛି । ଭିଡିଓରେ ଦେଖିପାରୁଥିବେ କୁରୁରଟି ଯୋଗ ମ୍ୟାଟ୍ କୁ କିପରି ପକାଉଛି ଆଉ ତା’ପରେ ସେହି ଯୁବତୀଙ୍କୁ ଅନୁକରଣ କରୁଛି। ଆପଣ କେବେ ଶୁଣିଛନ୍ତି କି ପଶୁମାନେ ମଣିଷ ପରି ଯୋଗ ମଧ୍ୟ କରିପାରିବେ? ତେବେ ଆଜି ଆମେ ଆପଣଙ୍କୁ ଏପରି ଭିଡିଓ ଦେଖାଉଛୁ ଯାହାକୁ ଦେଖିବା ପରେ ଆଖି ଲାଖିଯିବ।

ଏଥିରେ ଦେଖୁଥିବେ ଯଦି ଯୋଗ ଶିକ୍ଷକ ଗୋଡ ଉପରକୁ ଉଠାଉଛନ୍ତି , ତେବେ କୁକୁର ମଧ୍ୟ ନିଜ ଗୋଡ ଉପରକୁ ଉଠାଉଛି । ଆଉ ଯୁବତୀ ଜଣଙ୍କ ଯାହା ଯେମିତି କରୁଛନ୍ତି କୁକୁର ମଧ୍ୟ ଏହାକୁ ଠିକ୍ ଭାବରେ କପି କରିବାକୁ ଚେଷ୍ଟା କରୁଛି । ଏହି ଭିଡିଓ ବାସ୍ତବରେ ଆଶ୍ଚର୍ଯ୍ୟଜନକ ଅଟେ। ଯଦିଓ କୁକୁରକୁ ସଠିକ୍ ତାଲିମ ଦିଆଯାଏ ତେବେ ଏହାକୁ ସେ ଠିକ ଭାବରେ କରିପାରିବ। କେବଳ ସେତିକି ନୁହେଁ କୁକୁରଟି ସୂର୍ଯ୍ୟ ନମସ୍କାର କରିବାର ପୋଜ୍ କୁ ମଧ୍ୟ କପି କରୁଥିବାର ନଜର ଆସୁଛି ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓକୁ ମ୍ୟାଗ୍ନିଷ୍ଟେଥେରାପିଡୋଗ୍ ଏହାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୧୪ ଲକ୍ଷରୁ ଅଧିକ ଥର ଦେଖାଯାଇଛି ଏବଂ ୧ ଲକ୍ଷ ୫୧ ହଜାର ରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି । ଲୋକମାନେ ଏହି ଭିଡିଓ ଉପରେ ମଜାଳିଆ ମନ୍ତବ୍ୟ ଦେଉଛନ୍ତି ଏବଂ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.