ଘର କାନ୍ଥରେ ପୋଷ୍ଟର, ହେଲେ ପ୍ରଚାର ପାଇଁ ଆସୁନାହାନ୍ତି କେହି; ଜାଣନ୍ତୁ କାହିଁକି

ଆନନ୍ଦପୁର(କେନ୍ଯୁଜ୍): ଘର କାନ୍ଥରେ ବିଭିନ୍ନ ପ୍ରାର୍ଥୀଙ୍କ ପୋଷ୍ଟର । ଗାଁ ଦାଣ୍ଡରେ ବନ୍ଧା ହୋଇଛି ବିଭିନ୍ନ ପ୍ରାର୍ଥୀଙ୍କ ବ୍ୟାନର । ପ୍ରାର୍ଥୀମାନେ କିଛିଦିନ ତଳେ ପ୍ରଚାରରେ ଆସୁଥିଲେ । ଭୋଟରଙ୍କୁ ଭେଟି ଭୋଟ ଭିକ୍ଷା କରୁଥିଲେ । କିନ୍ତୁ ୪/୫ଦିନ ହେଲା ଆଉ କେହି ଆସୁ ନାହାନ୍ତି କି ପଚାରୁ ନାହାନ୍ତି । ଗାଁ ସାରା ଲୋକଙ୍କ ମନରେ ବିଷାଦର ଛାୟା । ଚଳିତ ପଞ୍ଚାୟତ ନିର୍ବାଚନରେ ଭାଗନେଇ ପାରିବେନି ଗାଁ ଲୋକ ।

ଜଣେ କି ଦୁଇଜଣ ନୁହଁନ୍ତି ଗାଁର ସମସ୍ତ ଭୋଟର ସେମାନଙ୍କ ଭୋଟ ଦେବା ଅଧିକାରରୁ ବଞ୍ଚିତ ହୋଇଛନ୍ତି । ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ହାଟଡିହି ବ୍ଲକର କଳିଗାଁ ପଞ୍ଚାୟତର କନକମ୍ପା ଗାଁ ଲୋକ ଭୋଟ ଦେବାରୁ ବଞ୍ଚିତ । ୱାର୍ଡର ମୋଟ ଭୋଟର ସଂଖ୍ୟା ୩୧୬ । ଗତ ୨୦୧୭ ନିର୍ବାଚନରେ ଏମାନେ ଭୋଟ ମଧ୍ୟ ଦେଇଥିଲେ । ଚଳିତବର୍ଷ କନକମ୍ପା ଗାଁର ୧୪୫ ଭୋଟର ତାଲିକାରୁ ବାଦ ପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.