ପ୍ରେମିକ ଘରୁ ପ୍ରେମିକାର ମୃତଦେହ ଉଦ୍ଧାର

ବାଲେଶ୍ୱର (କେନ୍ୟୁଜ୍) : ନାବାଳିକାଙ୍କୁ ଗୁଳିମାଡ଼ । ସନ୍ଦେହଜନକ ଭାବେ ପ୍ରେମିକ ଘରୁ ମୃତଦେହ ଜବତ କଲା ପୋଲିସ । ବାଲେଶ୍ୱର ଅଡର ବଜାର ନିକଟରେ ଘଟିଛି ଏପରି ଘଟଣା । ମୃତ ନାବାଳିକା ଡିସେମ୍ବର ତିନି ତାରିଖରୁ ଯୁବକଙ୍କ ସହ ଫେରାର ଥିଲେ । ଗତ ରାତିରେ ନାବାଳିକା ଜଣଙ୍କ ମାଆଙ୍କ ସହ କଥା ହୋଇଥିଲେ ।

murder ଏହାର କିଛି ସମୟ ପରେ ଝିଅର ମୃତ୍ୟୁ ହୋଇଥିଲା । ନାବାଳିକାଙ୍କ ମୁଣ୍ଡ ପଛ ପାଖରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅନୁମାନ କରୁଛି ପୋଲିସ । ନାବାଳିକାଙ୍କ ପ୍ରେମିକ ଓ ତାଙ୍କ ବାପାଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.