Below header

ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଘଟଗାଁ(କେନ୍ୟୁଜ) : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଛତିଆ ଗ୍ରାମର ଏକ ଆମ୍ବ ଗଛରୁ ଜଣେ ବିବାହିତ ମହିଳା ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା କଣ୍ଢେଇ ନାୟକ ବୋଲି ଜଣାପଡିଛି। ସେ ୪ ବର୍ଷ ତଳେ ତେଲକୋଇ ଅଞ୍ଚଳରେ ବିବାହ କରିଥିବା ବେଳେ ସେଠାରେ ଗୋଟିଏ ସନ୍ତାନ ଛାଡି ନିଜ ବାପଘର ଖଣ୍ଟଘର ଗ୍ରାମରେ ରହୁଥିଲେ।

ଗତ ଦୁଇ ବର୍ଷ ହେବ ସେ ଛତିଆ ଗ୍ରାମର ପପୁ ନାୟକ ନାମକ ଜଣେ ଯୁବକ ଙ୍କ ସହ ତାମିଲନାଡୁ ରେ ରହୁଥିଲେ । ତେବେ ଏକ ସପ୍ତାହ ତଳେ ମହିଳା ଜଣଙ୍କ ଛତିଆ ଗ୍ରାମକୁ ଆସିଥିବା ବେଳେ ଆଜି ସକାଳେ ତାଙ୍କ ମୃତଦେହ ଘର ନିକଟ ଏକ ଆମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ଢେଙ୍କିକୋଟ ଫାଣ୍ଡି ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.